ଇଞ୍ଜିନିୟରିଂ କଲେଜର ଲେଡିଜ୍ ହଷ୍ଟେଲ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା : ଉତ୍ତେଜିତ ଛାତ୍ରୀ

0

ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା । ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲରେ ଗୁପ୍ତ କ୍ୟାମେରା  ମିଳିବା ପରେ ଉତ୍ତେଜନା ଦେଖାଦେଇଛି । ଜଣେ ଛାତ୍ରୀଙ୍କ ନଜର ପଡ଼ିବାରୁ ସେ ଏ ନେଇ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କ୍ୟାମେରା ଦ୍ୱାରା ରେକର୍ଡ ହୋଇଥିବା କିଛି ଫଟୋ ଏବଂ ଭିଡିଓ ବଏଜ୍‌ ହଷ୍ଟେଲରେ ମଧ୍ୟ ସେୟାର କରାଯାଇଛି । ଏହି ଘଟଣାକୁ ନେଇ ଉତ୍ତେଜିତ ଛାତ୍ରୀମାନେ କଲେଜ ପରିସରରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ଆନ୍ଧ୍ରର କୃଷ୍ଣା ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଏହି ଘଟଣା ଘଟିଛି । ଏଠାରେ ଲେଡିଜ୍‌ ହଷ୍ଟେଲରେ ଗୁପ୍ତ କ୍ୟାମେରା ଲଗାଯାଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେମାନେ କଲେଜ ପରିସରରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । କ୍ରୋଧିତ ଛାତ୍ରୀମାନେ ‘ଓ୍ୱି ଓ୍ୱାଣ୍ଟ୍‌ ଜଷ୍ଟିସ୍‌’ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗୋପନୀୟତା ଉଲ୍ଲଂଘନ କରିଥିବା ତଥା ଭିଡିଓ ଫୁଟେଜ୍‌ ସେୟାର କରିଥିବା ବ୍ୟକ୍ତି ବିରୋଧରେ ସେମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।