ତ୍ରିନାଥ ମିଶ୍ରଙ୍କ ଗିରଫଦାରୀ ମାମଲାରେ ସ୍ତ୍ରୀଙ୍କୁ ମିଳିଲା ଆଗୁଆ ଜାମିନ୍

0

ଭୁବନେଶ୍ୱର: ଅତିରିକ୍ତ କମ୍ୟୁନିକେସନ୍ ଏସ୍‌ପି ତ୍ରିନାଥ ମିଶ୍ର ଗିରଫଦାରୀ ମାମଲାରେ ସ୍ତ୍ରୀଙ୍କୁ ମିଳିଲା ଆଗୁଆ ଜାମିନ । ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ମିଶ୍ରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଜଡ଼ିତ ଥିଲେ ତ୍ରିନାଥଙ୍କ ପତ୍ନୀ। ତେବେ ଘଟଣାରେ ଗିରଫଦାରିକୁ ଏଡେଇବା ପାଇଁ ଦୀପ୍ତିମୟୀ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।ଭିଜିଲାନ୍ସ ବିଭାଗ ଦ୍ୱାରା ବ୍ୟୟ ବହୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ର ଓ ପତ୍ନୀ ଗିରଫ ହେବାପରେ ଭିଜିଲାନସ୍‌କୁ ଚ୍ୟାଲେଞ୍ଜ୍‌ କରିଥିଲେ ତ୍ରିନାଥଙ୍କ ପତ୍ନୀ ଦିପ୍ତିମୟୀ ।

ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ କି, ଜବତ ହୋଇଥିବା ସମ୍ପତ୍ତି ତାଙ୍କର ପୈତୃକ ସମ୍ପତ୍ତି। ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ବାଜିଛି ରାଜ୍ୟ ସରକାରଙ୍କ ଛାଟ । ତ୍ରିନାଥ ମିଶ୍ରଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ନବୀନ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।