ଓଡ଼ିଶା ହାଇକୋର୍ଟକୁ ମିଳିଲେ ଦୁଇ ନୂଆ ବିଚାରପତି

0

କଟକ : ଓଡିଶା ହାଇକୋର୍ଟରେ ନିଯୁକ୍ତିହେଲେ ଦୁଇ ବିଚାରପତି | ଏନେଇ ଆଇନ୍ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଚିତ୍ତରଂଜନ ଦାଶଙ୍କୁ ମିଳିଛି ନିଯୁକ୍ତି ।ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି | ସେହିଭଳି ଚିତ୍ତରଂଜନ ଦାଶ  ଏବେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ଜନ୍ମ ୧୯୬୪, ନଭେମ୍ବର ୧୨ରେ ହୋଇଛି | ତେବେ ପୂର୍ବରୁ ୨୦୨୨, ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଚିତ୍ତରଂଜନ ଦାଶଙ୍କ ନାଁ ସୁପାରିସ କରିଥିଲା। ତେବେ ଓଡିଶା ହାଇକୋର୍ଟରେ ଏହି ଦୁଇ ବିଚାରପତିଙ୍କୁ ମିଶାଇ ମୋଟ ୨୪କୁ ବୃଦ୍ଧି ପାଇବ |