ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ଅନିୟମିତତା ମାମଲା | କେଭି ସିଂହଦେଓଙ୍କୁ ହାଇକୋର୍ଟଙ୍କ ନୋଟିସ | ତାଙ୍କଠାରୁ ପରାଜିତ ବିଜେଡି ପାର୍ଥି ସରୋଜ ମେହେର କରିଥିବା ମାମଲା ଆଧାରରେ ଏହି ନୋଟିସ କରିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖରେ ହେବ । ଏହି ଦିନ ମଧ୍ୟରେ ଉତ୍ତର ରଖିବାକୁ କେଭି ସିଂହଦେଓଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଭି ସିଂହଦେଓ ନିର୍ବାଚନ ସତ୍ୟପାଠ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ଦର୍ଶାଇ ବିଜେଡି ପାର୍ଥି ସରୋଜ ମେହେର୍ ମାମଲା ଦାଏର କରିଥିଲେ ।