ନୂଆ କଟ୍ ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ପାଇଁ ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଖାଲି ପଡିଥିବା ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି ।
ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର । ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନଥିଲେ । ସେହି ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ । ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ ।