କଟକ: ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୌମ୍ୟ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟଙ୍କ ନିକଟରେ ସୁରକ୍ଷା ଆବେଦନ କରିଥିଲେ । ଏହି ମାମଲାରେ ୧୫ ଦିନ ମଧ୍ୟରେ ସୌମ୍ୟ ଏସପିଙ୍କ ନିକଟରେ ଆବେଦନ କରିବାକୁ ସମୟ ଦେଇଛନ୍ତି । ଆବେଦନର ଏକ ସପ୍ତାହକ ମଧ୍ୟରେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ରହିଛି ।
ପରୀ ହତ୍ୟା ଘଟଣାରେ ପରୀ ପରିବାରକୁ ସୌମ୍ୟଙ୍କ ସମର୍ଥନକୁ ନେଇ ତାଙ୍କୁ ଧମକ ଦେଇ ଆସୁଥିଲେ । ଦୁଇଟି ଅଡିଓରେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ତାଙ୍କୁ ପରୋକ୍ଷରେ ଧମକ ଦେଇଥିଲେ । ଏହ।। ପରେ ସୌମ୍ୟ ଏକ ଭିଡିଓ ମାଧ୍ୟମରେ ତାଙ୍କର କିଛି ହେଲେ ମନ୍ତ୍ରୀ ଦାୟୀ ରହିବେ ବୋଲି କହିଥିଲେ । ଏଥିସହ ସେ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
SR