ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରେସମିଟ୍ ରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନିତି ମାମଲାରେ ଗିରଫ । ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ। ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ।
ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା କ୍ଷ ରାଜାଙ୍କ ସମେତ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ମଙ୍ଗଳବାର ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ହାଇକୋର୍ଟ ଉପରୋକ୍ତ ରାୟ ପ୍ରକାଶ ପରେ ରାଜା ଆଜି ଗିରଫ ହୋଇଛନ୍ତି ।
ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଥିବା ଜଣାପଡ଼ିଛି। ବୁଧବାର ବିଭିନ୍ନ ଅଞ୍ଚଳରେ ଥିବା ରାଜାଙ୍କ କାର୍ୟ୍ୟାଳୟ ଓ ଘରେ ଚଢ଼ଉ କରି ତଦନ୍ତକାରୀ ସଂସ୍ଥା ୪୦ଟି ଗାଡ଼ି ଜବତ କରିଛି। ଜବତ ଗାଡ଼ି ମଧ୍ୟରେ ୩୪ଟି ଟ୍ରକ୍, ଦାମୀ ଗାଡ଼ି ଆଦି ରହିଛି। ଏଥିସହ ରାଜାଙ୍କର ୨୩ଟି ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଠାବ କରିଛି। ଉକ୍ତ ଆକାଉଣ୍ଟରେ ଥିବା ୨୫ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି।