ଭୁବନେଶ୍ୱର: ହଂଶିତା ଓ ଅନିଲ ହାଇ ପ୍ରୋଫାଇଲ୍ ଠକ ମାମଲା। କମିଶନରେଟ ପୋଲିସ୍ ପକ୍ଷରୁ ଉଭାୟଙ୍କୁ ପୁଣି ଥରେ ରିମାଣ୍ଡ ଆବେଦନ କରାଯିବ। ହଂଶିତା ନାରେ ଜାଲ ପାସ ପୋର୍ଟ ଓ ଯୁବତୀ ଚାଲାଣ ମାମଲା ରୁଜୁ ହୋଇଛି। ପୂର୍ବରୁ ଦିନିକିଆ ରିମାଣ୍ଡ ରେ ଆସିଥିଲେ ଉଭୟ ହଂଶିତା ଓ ଅନିଲ। ଏହା ପରେ ଦୁଇଟି ମାମଲା ରୁଜୁ କରିଛି ସ୍ପେଶିଆଲ କ୍ରାଇମ୍ ୟୁନିଟ। ଇନ୍ଫୋ ସିଟି ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପାସପୋର୍ଟ ଜାଲିଆତି ଓ ଯୁବତୀ ଚାଲାଣ ମାମଲାରେ ରିମାଂଡରେ ଆଣି ପଚରା ଉଚୁରା କରିବ କମିଶନରେଟ ପୋଲିସ୍। ଆଜି ଏନେଇ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା।