କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ମୁଲତବି ଆଲୋଚନା ବେଳେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର: କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ମୁଲତବି ଆଲୋଚନା ବେଳେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ପଥମେ ଘଟଣାକୁ ନିନ୍ଦା କରିବା ସହ ବର୍ବରୋଚିତ କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଲେ , ୧୬ ତାରିଖରେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ୧୭ ତାରିଖରେ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ସାଇନ ଡାଏ ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କୁ କଟକ, ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡ଼ି ଦିଆଗଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ୧୮ ତାରିଖରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ସାଇନ ଡାଏ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ବର୍ବରୋଚିତ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହି ସବିଶେଷ ତଥ୍ଯ ନେଉଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ୪ ଟି ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି କରିଛନ୍ତି ସରକାର । କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରିବା ସହ ମିଡ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ । ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏହି ଘଟଣାରେ ଆଜି ପ୍ରଥମ ଶୁଣାଣୀ ରହିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।