(ସରୋକ କୁମାର ରାଉତ)ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏଶନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ପ୍ରସଙ୍ଗକୁ ବିଜେଡ଼ି ସମର୍ଥନ କରିଛି । କିନ୍ତୁ ବନ୍ଦ ଡ଼ାକରା ବିଜେଡ଼ି ଦେଇନାହିଁ । ଯେକୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ବିଜେଡ଼ି ସମର୍ଥନ କରିଥିବା କହିଛନ୍ତି ବିଜେଡ଼ି ବିଧାୟକ କିଶୋର ମହାନ୍ତି ଓ ପରିବହନ ମନ୍ତ୍ରୀ ପନ୍ମନାଭ ବେହେରା ।
ହାଇକୋର୍ଟ ପ୍ରତିଷ୍ଠା କରିବା ଦାୟିତ୍ୱ ଯାହାର ସେମାନେ ଦାୟୀତ୍ବ ନିର୍ବାହ କରୁନାହାନ୍ତି। ରାଜ୍ୟ ସରକାର ଚାହିଁଲେ ହାଇକୋର୍ଟ ପ୍ରତିଷ୍ଠା ହେବନାହିଁ, କେନ୍ଦ୍ର ସରକାର ଚାହିଁଲେ ହାଇକୋର୍ଟ ପ୍ରତିଷ୍ଠା ହେବ। ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି।