ହିନ୍ଦୋଳ / ଗୌତମ ମୁଦୁଲି: ଆକ୍ସନ ମୋଡ଼ରେ ହିନ୍ଦୋଳ ପୋଲିସ,ଅପରାଧୀଙ୍କ ମନରେ ଛନକା। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ପୋଲିସର ବିଭିନ୍ନ ଅପରାଧ ଦମନ ସହ ଅପରାଧୀଙ୍କୁ ଗିରଫ ସହ ବାରମ୍ବାର ଚଡାଉ ଜାରି ପାଇଁ ବର୍ତମାନ ହିନ୍ଦୋଳରେ ବିଭିନ୍ନ ଅପରାଧୀ ଓ ଅସାମାଜିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବାସହ ସାଧାରଣ ଜନତାଙ୍କୁ ମିଳିଛି ଆଶ୍ୱସ୍ଥି।
ବିଶେଷ ସୂତ୍ରରୁ ପ୍ରକାଶ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ଅଭିନବ ସୋନାକର ଗତ ଅକ୍ଟୋବର ମାସରେ କାର୍ଯରେ ଯୋଗଦାନ କରିବା ପରେ ଜିଲ୍ଲାର ସମସ୍ତ ଥାନାକୁ ଅପରାଧ ଦମନ ନିମନ୍ତେ ନିର୍ଦ୍ଦେଶ ଦେବାସହ ନିଜେ ମଧ୍ୟ ଆକ୍ସନ ମୁଡ଼କୁ ଆସିଛନ୍ତି।
ସେହିପରି ଆରକ୍ଷୀଙ୍କ ଦୃଢ଼ ନେତୃତ୍ୱ ଓ ପରିଚାଳନାରେ ହିନ୍ଦୋଳ ଥାନା ଅଧିକାରୀଣି ଚାରୁଲତା ବେହେରା ହିନ୍ଦୋଳରେ ଅପରାଧୀ ମାନଙ୍କ ନିଦ ହଜାଇ ଦେଇଛନ୍ତି। ଜଣାପଡ଼ିଛି ଯେ ଗତ ଦୁଇ ମାସରେ ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନାକରଙ୍କ ଦୃଢ଼ ନେତୃତ୍ୱ ଓ ପଦକ୍ଷେପରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଓ ହିନ୍ଦୋଳ ଥାନା ପୋଲିସ ବିଭିନ୍ନ ସମୟରେ ଚଢ଼ାଉ ଜୋରଦାର କରି ଆମ୍ବିଠି ଠାରେ ଗୋଟିଏ ଚୋରା ବାଲି ବିଝେଇ ହାଇବା(OD19Z4234) କେଶନଂ-୨୯୪/୭-୧୧-୨୪ରେ ଜବତ କରି ଜଣକୁ କୋର୍ଟଚାଲାଣ, କେଶନଂ-୩୦୯/୧୮-୧୧-୨୪ରେ କଂସରା ଜଙ୍ଗଲରୁ ୩ଟନ ଚୋରା କୋଇଲାସହ ପିକଅପ(OD05-BL2590) ଜବତ, କେଶନଂ-୩୧୭/୨୮-୧୧-୨୪, ସତମାଇଲ ପେଟ୍ରୋଲପମ୍ପ ନିକଟରେ ୧୦ଟି ଚୋରା ଗୋରୁ ସହ ଗୋଟିଏ ପିକଅପ(OD05AQ8790) ଜବତ, କେଶନଂ-୩୧୮/୨୯-୧୧-୨୪ କୁରୁମିଠା ହାଇସ୍କୁଲନକଟରୁ କୋଡିଏଟି ଚୋରାଗୋରୁ ସହ ପିକଅପ(OD19V1323)ଜବତ ସହ ଜଣେ କୋର୍ଟ ଚାଲାଣ,କେଶନଂ-୩୨୬/୭/୧୨/୨୪ରେ ୧୮ଟି ଚୋରାଚାଲାଣ ଗୋରୁ ସହ ଥର ଗାଡି(OR05B5999),୧ଟି ପିକଅପ(OD05U6415) ସହ ୪ଜଣ କୋର୍ଟ ଚାଲାଣ, କେଶନଂ-୩୩୭/୧୬-୧୧-୨୪)ରେ ୮ଟି ଚୋରାଗୋରୁ ସହ ୧ଵାଲେନୋ କାର(OD02BW9862),୧ଟି ପିକଅପ(OD05AT1944),୧ଟି ବାଇକ(ନଂOD19K3171) ଜବତ ସହ ୨ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅନେକ ସାମଗ୍ରୀ ଜବତ ସହ ସଂଖ୍ୟାଧିକ ଗାଡି ଜବତ, ଅପରାଧୀଙ୍କୁ ଗିରଫ ସହ ଏହା ପୂର୍ବରୁ ହିନ୍ଦୋଳ ଥାନା ଅଧିକାରିଣୀ ଓ ପୋଲିସ କର୍ମଚାରୀ ବିଭିନ୍ନ ସମୟରେ ତୁରନ୍ତ ପଦକ୍ଷେପ ନେଇ ସିରିଜ ଚଢ଼ାଉ କରି ବିଭିନ୍ନ ଅପରାଧ ଯଥା ଗୁଳି ମାରି ହତ୍ୟା,ଗୁଳି ଚାଲଣl କରି ଭୟଭୀତ କରାଇବା,ରାହାଜାନି, ବିଭିନ୍ନ ଗଣ୍ଡଗୋଳ, ଚୋରା ମଦ, ବାଲି, କୋଇଲା ଇତ୍ୟାଦି ବହୁ ଅପରାଧିକ ଘଟଣାରେ ଆସାମୀ ମାନଙ୍କୁ ଗିରଫ, ବିଭିନ୍ନ ଚୋରା ସାମଗ୍ରୀ, ଅପରାଧରେ ସଂଶ୍ଲିଷ୍ଟ ବହୁତ ବିଭିନ୍ନ ପ୍ରକାର ଗାଡି ଜବତ କରି ନିଜର ପରାକାଷ୍ଠା ଦେଖାଇଛନ୍ତି।
ହିନ୍ଦୋଳ ଥାନା ଅଧିକାରିଣୀଙ୍କ ଦୃଢ଼ ପଦକ୍ଷେପରେ ହିନ୍ଦୋଳ ଥାନା ପୋଲିସ ବର୍ତମାନ ଆକ୍ସନ ମୂଡ଼ରେ ରହି ବାରମ୍ବାର ଚଡାଉ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ହିନ୍ଦୋଳରେ ଶାନ୍ତିର ବାତାବରଣ ଫେରାଇ ଆଣୁଥିବାରୁ ବର୍ତମାନ ଅପରାଧୀ, ଚୋରା ଗୋରୁ, କୋଇଲା, ବାଲି, ଖଣିଜଦ୍ରବ୍ୟ, ମଦ ବେପାରୀ ତଥା ଅସାମାଜିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛ। ଏବେ ହିନ୍ଦୋଳରେ ଆରକ୍ଷୀ ବାହିନୀଙ୍କୁ ପ୍ରଶଂସା କରାଯିବା ସହ ଜନସାଧାରଣରେ ଆଶ୍ୱସ୍ଥି ମିଳିଛି।