ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଥାନା ପରିସରରେ ଥିବା ପ୍ରସିଦ୍ଧ ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ବର୍ଷ ତଳେ ହିନ୍ଦୋଳ ଥାନା ପରିସରରେ ଏକ ଭବ୍ୟ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା ଏବଂ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି।
ଚଳିତବର୍ଷ ମଧ୍ୟ ହିନ୍ଦୋଳଥାନାରେ ଥିବା ତ୍ରିନାଥ ମନ୍ଦିରରେ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ୱରେ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସମସ୍ତ ରୀତିନୀତିରେ ପୂଜା ଆରମ୍ଭ ହେବାସହ ଥାନା ପରିସରରେ ଥିବା ମନ୍ଦିରରେ ତ୍ରିନାଥମେଳା ଅନୁଷ୍ଠିତ ହେବାସହ ସଂକୀର୍ତନ ଦଳ ନାମସଂକୀର୍ତନ ପରିବେଷଣ ହୋଇଥିଲା।
ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ଥାନା ପରିସର ଓ ମନ୍ଦିରକୁ ଆକର୍ଷଣୀୟ ଭାବରେ ସାଜସଜ୍ଜା କରାଯାଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ପୋଲିସ କର୍ମଚାରୀ, ହୋମଗାର୍ଡ ସହଯୋଗ କରିଥିବାବେଳେ ଶ୍ରଦ୍ଧାଳୁମାନେ ତ୍ରିନାଥ ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ।