ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳ ଓ ଏନଏସି ରେ ଧଳାଜହର ଧୀରେଧୀରେ କାୟାବିସ୍ତାର କରୁଛି। ଧଳାଜହର( ବ୍ରାଉନ ଶୁଗାର) ନିଶାରେ ମାତୀଛନ୍ତି ହିନ୍ଦୋଳ ଏନଏସିର କିଛି ଯୁବଗୋଷ୍ଠୀ । ଧୀରେଧୀରେ ଜଣକ ପରେ ଜଣକୁ କାବୁ କରି ଚାଲିଥିବା ବେଳେ ଏବେ ଶତାଧିକ ଯୁବଗୋଷ୍ଠି ମତୁଆଲା ମାତ୍ର ନିଶାକୁ ରୋକିବାରେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜି ଥିବା ବେଳେ ନିଶା ମାଫିଆ ତଥା ଧଳା ଯହର ବ୍ୟବହାର କରୁଥିବା ଗୋଷ୍ଠୀଙ୍କ ପାଇଁ ପୋଲିସ୍ ଏବେ ଚ୍ୟାଲେଞ୍ଜ ହୋଇ ପଡ଼ିଛି।
ସୂଚନା ଅନୁଯାଇ ହିନ୍ଦୋଳ ଏନଏସି ର ୧୬ଟି ୱାର୍ଡ ଅଧିବାସିମାନେ ଶାନ୍ତ ସରଳ ପ୍ରକୃତି ର ହୋଇ ଥିବାରୁ ଏ ଅଞ୍ଚଳ କ୍ରାଇମଠୁ ବହୁଦୂରରେ ବୋଲି ଜିଲ୍ଲା ରେ ମଧ୍ୟ ଜଣାଶୁଣା ଥିଲା । ସେଇଥି ପାଇଁ ଅନ୍ୟ ଜିଲ୍ଲାରୁ ଲୋକେ ଆସି ହିନ୍ଦୋଳ ରେ ନିଜ ସ୍ଥାୟୀଭାବରେ ରହିବାକୁ ଆଗ୍ରହ କରନ୍ତି ଏବେ କିନ୍ତୁ କିଛି ଖଳ ପ୍ରକୃତିର ଗୋରୁ ମାଫିଆ, ମଦ, କାଠ, ଖଣି ମାଫିଆଙ୍କ ପାଇଁ, ଦିନଦ୍ବିପହରରେ ମାଫିଆ, ଅପରାଧୀ ମାନେ ଗୁଳି ଫୁଟାଇ ହତ୍ୟା କରିବା ଇତ୍ୟାଦି ଭାୟାଭୟ ଆତଙ୍କ ସୃଷ୍ଟି କରିବାଯୋଗୁଁ ହିନ୍ଦୋଳ ଅଶାନ୍ତହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି। କଥା କଥା କେ ଏବେ ଏଠି ଗୁଳି ଫୁଟୁଥିବା ବେଳେ ଅଞ୍ଚଳ ବାସି ସୁରକ୍ଷିତ ମଣୁ ନାହାନ୍ତି। କିଛି ଦିନ ହେବ ଏନଏସି ଅଞ୍ଚଳର କିଛି ଯୁବ ପୁଢି ଧଳାଜହର ସେବନ କରି ଅଞ୍ଚଳ କୁ ପୁରା ଦୂଷିତ କରି ସାରିଲେଣି।ବିଭିନ୍ନ ୱାର୍ଡରେ ୧୫ବର୍ଷ ରୁ ୪୫ ବର୍ଷର ଯୁବପୀଢ଼ି ଏହି ନିଶାରେ ପୁରା ମତୁଆଲା ଏବଂ ଏହି ନିଶା ରେ କିଛି ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ଧଳା ଜହର ନେବା ପରେ ବଜାର ଘାଟ ରେ ବାଇକ୍ ଧକାହେବା, ସ୍ପିଡ଼ ବାଇକ ଚାଳନା ସହ ନିଜନିଜ ଭିତରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ରୋକିବାରେ ଦାୟିତ୍ୱରେ ଥିବା ବିଭାଗମାନ ଏଠିପୁରା ଫେଲ ମାରିଛି । ଧଳାଜହର ପାଇଁ ଅଭିଭାବକ ମାନେ ଚିନ୍ତାମଗ୍ନ ଥିବାବେଳେ ପୁରା ସହର କୁ ଏହି ଜହର ଗ୍ରାସ କରି ସାରିଲାଣି।ସହର ର ସମସ୍ତ ଶୈବପୀଠ ଯଥା ‘ ମା ରତ୍ନେଶ୍ୱରି ପୀଠ ପାର୍ଶ୍ଵ ସ୍ଥାନ, ମା ପିତା ବଳି , ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ଵ, ସ୍ଵପ୍ନେଶ୍ୱର୍, ପଶ୍ଚିମେଶ୍ୱର ମନ୍ଦିର, ନିକାଞ୍ଚନ ସ୍ଥାନକୁ ଆଦରି ନେଇଥିବା ବେଳେ ଭୀମଖନ୍ଦା, ଚାଉଳ ଗୋଦାମ, ଆନନ୍ଦ ବନ , ମଧୁବନ ନିଛାଟିଆ, ଥାନା ପଛ ପାର୍ଶ୍ଵ କେନାଲ ରାସ୍ତା ସ୍ଥାନ ମାନଙ୍କରେ ଧଳା ଯହର ସେବନ କରୁଥିବା ଯୁବ ପୀଢ଼ି ଏବେ ପେଣ୍ଠ ସ୍ଥଳୀ କରୁଛନ୍ତି। ଏମାନେ ଟିକେ ଟିକେ କଥାରେ ବଜାର ଘାଟରେ ଅପ୍ରୀତିକର ପରିସ୍ଥିତି ଭିଆଉ ଥିବାରୁ ସହର ଏବେ ଅଶାନ୍ତ ହୋଇ ପଡ଼ିଛି। ବିଭାଗୀୟ ଅଧିକାରୀଙ୍କୁ ସହର ବାସି ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳୀ ପାରୁ ନାହିଁ। ଆଗାମୀ ଦିନ ରେ ଏହାକୁ ରୋକା ନ ଗଲେ ସହର ସାରା ଦୂଷିତ ହେବ ବୋଲି ଜଳ ଜଳ ଦେଖା ଯାଉଛି। ବିଭାଗୀୟ ଅଧିକାରୀମାନେ ମାଫିଆଙ୍କ ପ୍ରତି କଡା ଅଭିମୁଖ୍ୟ ନେଲେ ଏହା ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି।