ହିଂଜିଳିଥାନ ଅଧୀନରେ ରେ ପୁଣି ଥରେ ଚୋରୀ

0

(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର ) : ଚୋରି ଉପରେ ଚୋରି । ଆଉ କୌଣସି ସହର ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ।
ସୂଚନା ଅନୁଯାୟୀ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ବିଲ ସାହିର ଜଣେ ମହିଳାଙ୍କ ଘରେ ଶନିବାର ରାତିରେ ଚୋରି ହୋଇଛି । ମହିଳା ଜଣକ ଘରେ ନଥିବାର ସୁଯୋଗ ନେଇ କୌଣସି ଅଜଣା ଦୁର୍ବୃତ୍ତ ଘର ପଛପଟ କବାଟକୁ ତାଡ଼ି ଅଳଙ୍କାର ଓ ଟଙ୍କା ଚୋରି କରି ନେଇଯାଇଥିବା ସ୍ଥାନୀୟ ଘର ଲୋକେ କହିଛନ୍ତି । ଚୋରି ଘଟଣା ସଂପର୍କରେ ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଏତଲା ଦାଏର ହୋଇନଥିବା ଆଇଆଇସି ସୂଚନା ଦେଇଛନ୍ତି । ଦୀର୍ଘ କିଛି ଦିନ ହେଲା ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦ ଅଞ୍ଚଳରେ ଘନ ଘନ ଚୋରି ଘଟୁଛି । ଏଥି ପ୍ରତି ପୁଲିସର ପାଟ୍ରୋଲିଂ କଡ଼ା କଡ଼ି କରିବା ସହ ଚୋରକୁ ଚିହ୍ନଟ କରିବା ପାଇଁ ବୁଦ୍ଧି ଯିବି ମହଲରେ କଥୋପ କଥନ ଚାଲିଛି ।