ସୌମ୍ୟରଞ୍ଜନ ବିଜୁ ଛାତ୍ର ଜନତା ଦଳର ସଭାପତି ମନୋନୀତ

0

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟାରେ ସମାଜର ବିଭିନ୍ନ ଶ୍ରେଣୀକୁ ସଂଗଠିତ ଏବଂ ଏକତ୍ର କରିବାର ପ୍ରୟାସ ଚାଲିଛି। ଆଜି ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳର ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀ ପାଇଁ ମନୋନୟନ କରାଯାଇଥିବା ବିଭିନ୍ନ ନାମର ଘୋଷଣା କରାଯାଇଛି। ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ପାଇଁ ଛାତ୍ର ଜନତା ଦଳ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ, ହିଞ୍ଜିଳିକାଟୁ ପୋୖରାଞ୍ଚଳର ସଭାପତି ଭାବରେ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିବା କାରଣରୁ ହିଞ୍ଜିଳିକାଟୁ, ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଏବଂ ବେଶ ଗୁରୁତ୍ୱ ବହନ କରେ। ଦ୍ଵିତୀୟରେ ଛାତ୍ର ସମାଜକୁ ଏକତ୍ର କରି ଏକ ବିଶାଳ ଉପଲବ୍ଧି ହାସଲ କରିବା ସହ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିବା ସମ୍ଭବପର ହୋଇଥାଏ।

ସୌମ୍ୟରଞ୍ଜନ ଜଣେ ମିଷ୍ଟଭାଷୀ, ମେଳାପୀ ଯୁବକ। ପୂର୍ବ ଦିନରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂଘ ଅଧ୍ୟକ୍ଷ ପାଇଁ ପ୍ରତିଦ୍ବନ୍ଦିତା କରି ସେ ସ୍ଥାନୀୟ ରାଜନୀତିରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସବୁବେଳେ ଛାତ୍ର ସମାଜର ସ୍ୱାର୍ଥର ଲଢେଇରେ ନିଜକୁ ସାମିଲ କରି ସେମାନଙ୍କ ସ୍ୱରକୁ ଦୃଢ କରି ଆସିଛନ୍ତି। ଏତଦବ୍ୟତୀତ ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟ କରିବା ସହ ଅସହାୟ ମାନଙ୍କୁ ସହାୟତାର ହାତ ମଧ୍ୟ ବଢାଇଥାନ୍ତି। ତେବେ ପୌର ନିର୍ବାଚନ ନେଇ ରାଜ୍ୟ ସ୍ତରରେ ଗରମା ଗରମ ପରିସ୍ଥିତି ରହିଥିବା ବେଳେ ବିଜୁ ଜନତା ଦଳ ନିଜ ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡିବାରେ ଲାଗି ପଡିଛି। ପୌର ନିର୍ବାଚନକୁ ଲକ୍ଷ୍ୟ ରଖି ଏହିଭଳି ପୁନର୍ବିନ୍ୟାସ କରାଯାଇଥାଇ ପାରେ ବୋଲି ଆଲୋଚନା ହେଉଛି।ଏହି ଭଳି ଗୁରୁ ଦାୟିତ୍ୱର ସମ୍ପାଦନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଜଣାଇବା ସହ ଅଞ୍ଚଳବାସୀ ବିଶେଷ ଭାବରେ ଛାତ୍ର ସମାଜର ସେବାରେ ନିଜକୁ ନିୟୋଜିତ ରଖି ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ୟମ କରି ନବୀନ ବାବୁଙ୍କ ମୋ ଉପରେ ଥିବା ବିଶ୍ୱାସକୁ ପ୍ରମାଣିତ କରିବି ବୋଲି ସୌମ୍ୟ ମତବ୍ୟକ୍ତ କରିଛନ୍ତି। ତାଙ୍କ ମନୋନୟନକୁ ନେଇ ଅଞ୍ଚଳବାସୀଙ୍କ ସହ ଛାତ୍ର ଓ ଯୁବକ ମାନେ ବେଶ ଖୁସି ଏବଂ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।