ହିଞ୍ଜିଳି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର : ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ରେ ହିଞ୍ଜିଳି ଥାନା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏ ଏସାଇ ଟୁକୁନି ସ୍ୱାଇଁ , ସମିତିସଭ୍ୟ ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ। ଆମ ପୋଲିସ ସମିତି ବୈଠକ ରେ ବାଲ୍ୟ ବିବାହ ରୋକିବା ଓ ଗୁଣି ସନ୍ଦେହ, ସାମାଜିକ ବାସନ୍ଦ ସଂପର୍କ, ଜନସାଧାରଣଙ୍କ ପୋଲିସ୍ ପ୍ରତିଥିବା ଭୟ ଦୂର କରିବା, ସାଇବର ଠକ ଉପରେ ଲୋକ ମନଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଗାନ୍ଧୀ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏପିଲି ଋଷିଆ, ପୋଲିସ ହାବିଲଦାର୍ ପ୍ରମୋଦ ଗନ୍ତାୟତ, ଜିତେନ୍ଦ୍ର ଗୌଡ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।