(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର ) : ଆଜି ଦିନ ୧୧ ଘଣ୍ଟ ସମୟ ରେ ହିଂଜିଳି କାଟୁ ଘୋଡା ନଦୀ ପାଖରେ ଥିବା ମଶାଣୀ ପାଖରୁ କିଛି ମହିଳା ବୁରୁପଡା ଗ୍ରାମର ଗଛ କୁ କାଟି ଜାଳେଣି ପାଈଁ ନେଉ ଥିବା ସମୟରେ ହିଂଜିଳି କାଟୁର କିଛି ତିରଙ୍ଗା ସଙ୍ଘର ସଦସ୍ୟ ଏହାକୁ ଦେଖି ଧରି ଥିଲେ । ଏହା ଦେଖି ବା ସମୟରେ ଗଛ କଟାଳି ଦୌଡ଼ି ପଳେଇ ଥିଲେ । ଏହି ଖବର ସଂଘର ସଦଦ୍ୟ ମାନେ ସ୍ଥାନୀୟ ବିଡ଼ିଓ ଥାନା ଅଧିକାରୀ ଓ ହିଂଜିଳିର ଫରେଷ୍ଟ୍ର ଅଫିସରଙ୍କୁ ଜଣାଇଥିଲେ । ହିଂଜିଳି ଥାନର କିଛି ଅଧିକାରୀ କର୍ମଚାରୀ ମାନେ ଆସି ତଦନ୍ତ କରିଥିଲେ । କିନ୍ତୁ ହିଂଜିଳି ଫରେଷ୍ଟ୍ର କହିଥିଲେ ଇଏ ମୋର ଅଧୀନରେ ଆସୁ ନାହିଁ ଏହା ଆସିକା ଅଧୀନରେ ଆସୁଛି । ଚେରମାରୀୟା ଅଫିସର ଏହି କଥା ଶୁଣି ସଂଧ୍ୟା ୫ ଘଣ୍ଟ ସମୟ ରେ ଆସି କାଠକୁ ଜବତ କରିଥିଲେ। ଏଠି ପ୍ରଶ୍ନ ଉଠେ କି କୋମଳ ବତୀ ଯୁବକ ଦିନ ୧୧ ଘଣ୍ଟ ରୁ ସଂଧ୍ୟା ୫ ଘଣ୍ଟ ପର୍ୟ୍ୟନ୍ତ କୌଣସି ସ୍ବାର୍ଥ ନଥାଇ ଗଛକୁ ଜଗି ରହିଲେ କିନ୍ତୁ କୋଣସି ସରକାରୀ କର୍ମଚାରୀ ଦେଖା ନାହିଁ କାହିଁକି?