(ଅନୁସ୍ୱୟା)ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷାର ପ୍ରଭାବ କମିଯାଇଛି । କାଁ ଭାଁ କେଉଁଠାରେ ବର୍ଷା ହେଉଛି । ଏହା ସହ ମହାନଦୀର ଉପରମୁଣ୍ଡରେ ବର୍ଷାର ପ୍ରକୋପ ସେତେଟା ନାହିଁ । ଏହାକୁ ନଜରରେ ରଖି ହୀରାକୁଦର ୨ ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ଗତ ୨ ଦିନ ତଳେ ମହାନଦୀର ବେସିନରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଏହାକୁ ନଜରରେ ରଖି ହୀରାକୁଦର ତିନୋଟି ଗେଟ୍ ଖୋଲାଯାଇଥିଲା। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ପ୍ରଥମେ କିଛି ଗେଟ ଖୋଲାଯାଇଥିଲା କିନ୍ତୁ ହ୍ରାସ ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଦୁଇଟି ଗେଟ୍ ବନ୍ଦ କରାଯାଇ ଜଳ ନିଷ୍କାସନ କରାଯାଉଛି ।