ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରରେ ବଢୁଛି ବନ୍ୟା ଜଳ । ତେଣୁ ପୁଣି ଖେଲିଲା ହିରାକୁଦ ଡ୍ୟାମର ଆଉ ୨ଟି ଗେଟ । ପୂର୍ବରୁ ୨୨ ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଏବେ ମୋଟ ୨୪ ଗେଟ ଦେଇ ଛଡାଯାଉଛି ବନ୍ୟ ଜଳ । ବାମପଟର ୧୬ ଓ ଡାହାଣପଟର ୮ଟି ଗେଟ ଖୋଲା ଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଛତିଶଗଡ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପୁଣି ବଢିଛି ବନ୍ୟାଜଳ ପ୍ରବେଶର ମାତ୍ରା । ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟରେ ପହଞ୍ଚିଛି ।