କଟକ: କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ଧୀରେ ଧୀରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ହୀରାକୁଦ ବନ୍ୟା ଜଳ ପହଞ୍ଚିବା ପରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଧୀରେ ଧୀରେ ଫୁଲୁଛି ମହାନଦୀ । ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ତେବେ ଆଜି ରାତି ସୁଦ୍ଧା ୫ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ସେପଟେ ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ବାଙ୍କୀର ତାଳବସ୍ତ, ଶିମିଳିପୁର ଓ ଆଠଗଡ଼ ପ୍ରଭାବିତ ହେବା ନେଇ ସମ୍ଭାବନା ରହିଛି । ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଛତିଶଗଡ କଲମା ଡ୍ୟାମର ସମସ୍ତ ଗେଟ୍ ଖୋଲି ଦେଇଥିଲା । ଫଳରେ ହୀରାକୁଦର ଜଳସ୍ତର ବଢିଥିଲା । ଗତ ୬ ଜୁଲାଇରେ ହୀରାକୁଦ ବର୍ଷର ପ୬ଥମ ବନ୍ୟା ଜଣ ଛାଡିଥିଲା । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଯଦି ଆଗକୁ ବର୍ଷାର ପରିମାଣ ବଢେ ତେବେ ହୀରାକୁଦରେ ଅଧିକ ଗେଟ୍ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।