ହିରୋସୀମା ଦିବସ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସୀମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ବିଶ୍ୱ ଇତିହାସରେ ଏହାକୁ ଭୟ ଓ ଆତଙ୍କର ଦିନ ଭାବେ ବିବେଚନା କରାଯାଏ । ପୁଣିଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଫଳରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅନ୍ତ ଘଟିଥିଲା ।
ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ପଙ୍ଗୁ ହୋଇଗଲେ । ସେହି ଦୁଃଖଦ ମୂହୁର୍ତ୍ତକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଜି ୭୪ ତମ ହିରୋସୀମା ଦିବସ ଅବସରରେବିଶ୍ୱକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଜାପାନ ଜାତିସଙ୍ଘର ଐତିହାସିକ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ହିରୋସୀମା ମେୟର ନିବେଦନ କରିଛନ୍ତି। ହିରୋସୀମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ଏହି ଅବସରରେ ମହମବତୀ ଜଳାଇ ସାମୁହିକ ପ୍ରାର୍ଥନସଭା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି। ପୁରୀ ଜିଲ୍ଲା ସ୍କୁଲ ପରିସରରେ ମଧ୍ୟ ହିରୋସୀମା ଦିବସ ପାଳିତ ହୋଇଛି ।