ଅନୁଗୁଳ/ଜ୍ୟୋତି ରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପିଏମ ହାଇସ୍କୁଲ ଶିକ୍ଷକ ତଥା କବି, ସାହିତ୍ୟିକ, ସୁଲେଖ, ଗାଳ୍ପିକ ଏବଂ ସିଦ୍ଧି ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ‘ସଂଗ୍ରାମ ପଥେ’ ପୁସ୍ତକକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ଙ୍କର କର କମଳ ରେ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଅଛି। ତାଳଚେର ପ୍ରଜାମଣ୍ଡଳର ଅମର ଗାଥା “ସଂଗ୍ରାମ ପଥେ” ପୁସ୍ତକଟିରେ ଲେଖକ ପ୍ରଜାମଣ୍ଡଳ ର ଦଶ ଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କର ସଂଗ୍ରାମୀ ଜୀବନକୁ, ଅମର ସହୀଦ ବିକା ନାଏକ, ମହେଶ୍ୱର ପ୍ରଧାନ ଙ୍କର ବଳିଦାନ, ହିଜରାତ କ୍ୟାମ୍ପ ଓ ସେ ସମୟର ରାଜନୈତିକ ଚିତ୍ର କୁ ଲେଖକ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି। ମହାମହିମ ରାଜ୍ୟପାଳ ତାଳଚେର ଗଡ଼ଜାତ ଆନ୍ଦୋଳନ ସମ୍ପର୍କିତ ପୁସ୍ତକ ” ସଂଗ୍ରାମ ପଥେ ” ପୁସ୍ତକ କୁ ଉନ୍ମୋଚିତ କରିଥିବାରୁ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି, କଣିହାଁ ର ସଭାପତି ସୁଧାକର ପ୍ରଧାନ, ସମ୍ପାଦକ କାଳନ୍ଦୀ ଚରଣ ପ୍ରଧାନ, ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁ ର ସଭାପତି ନୃସିଂହ ଚରଣ ବରାଳ, ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ବିଚ୍ଛନ୍ଦ ଚରଣ ପ୍ରଧାନ ସ୍ମୃତି ସଂସଦ ର ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରାଧ୍ୟାପକ ବିଶ୍ୱରଂଜନ ପ୍ରଧାନ, ଇଂ ଧନେଶ୍ୱର ସାହୁ, କବି ନିର୍ଭୟ କୁମାର ପାଣି ପ୍ରଧାନ ଶିକ୍ଷକ ଦାଶରଥି ଜେନା ପ୍ରମୁଖ ଆନନ୍ଦ ବ୍ୟକ୍ତକରି ମହାମହିମ ରାଜ୍ୟପାଳଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।