କୋଣାର୍କ / ଜୟନ୍ତ କୁମାର ସେଠି : ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପରାମର୍ଶ ଅନୁସାରେ ଅବଗତ କରାଯାଉଛି କି ସିଙ୍ଗାପୁରର ମହାମହୀମ ରାଷ୍ଟ୍ରପତି ଆଜି ରଘୁରାଜପୁର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଦିନ ୧୦ ଟାରୁ ୧ ଟା ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ୪ ଘଣ୍ଟା ପର୍ଯ୍ଯଟକମାନଙ୍କୁ ଯିବା ମନା କରାଯାଇଛି। ପର୍ଯ୍ୟଟକମାନେ ୪ଘଣ୍ଟା ସୂର୍ଯ୍ୟ ମନ୍ଦିର ଦେଖିବାରୁ ହେବେ ବଞ୍ଚିତ ହେବା ବେଳେ ଆଜି ସକାଳୁ ସୂର୍ଯ୍ୟ ମନ୍ଦିର ଦେଖିବାକୁ ଆସିଥିବା ପର୍ଯ୍ଯଟକମାନଙ୍କୁ ସୂର୍ଯ୍ୟ ମନ୍ଦିର ଭିତରୁ ବାହାର କରାଯାଇଛି। ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୬ପ୍ଳାଟୁନୁ ଫୋସ୍ ସହ ଅତିରିକ୍ତ ଆରକ୍ଷୀ ଅଧିକାରୀ,sdpo,ସମେତ ୧୨ଜଣ iic ମୁତୟନ କରାଯାଇଛି। ତେବେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ, ଏସପି ସମେତ କୋଣାର୍କ ବାକ୍ଷ୍ଯାନ କେନ୍ଦ୍ର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ତନଖି ଥିଲେ । ତେବେ ରାଷ୍ଟ୍ରପତି ପୁରୀ ଗସ୍ତ ରେ ଆସି ରଘୁରାଜପୁର ଓ କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।