କାହିଁ କେଉଁ କାଳରୁ ଯୁଦ୍ଧ ଲଢ଼ୁଛି ଇରାନ, ଜାଣନ୍ତୁ ଏହାର ଇତିହାସ 

0

ନୂଆଦିଲ୍ଲୀ: ପୁଣି ଯୁଦ୍ଧ ଲଢ଼ୁଛି ଇରାନ । ଇରାନର ଚିର ଶତ୍ରୁ ଇସ୍ରାଏଲ ଏବଂ ଆମେରିକା ଏହା ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି । ଯେଉଁଥିପାଇଁ ସମଗ୍ର ମଧ୍ୟପ୍ରାଚ୍ୟ ଥରି ଉଠିଛି। ତେବେ ଏହି ଯୁଦ୍ଧ ବିଶ୍ୱ ପାଇଁ ନୂଆ ହୋଇପାରେ, କିନ୍ତୁ ଇରାନ ପାଇଁ ନୁହେଁ । କାରଣ ଇରାନର ଇତିହାସ ଯୁଦ୍ଧରେ ପରିପୂର୍ଣ୍ଣ । ଏହି ଦେଶ ନିଜ ଅସ୍ତିତ୍ୱକୁ ରକ୍ଷା କରିବା ପାଇଁ ଅତୀତରେ ଅନେକ ଯୁଦ୍ଧ ଲଢ଼ିଛି । କେତେବେଳେ ଆକ୍ରମଣକାରୀଙ୍କ ସହିତ ତ କେତେବେଳେ ନିଜ ଲୋକଙ୍କ ସହିତ । ଆଉ ଏହି ଯୁଦ୍ଧରେ ଇରାନ ଅନେକ ଥର ହାରିଛି ଏବଂ ଅନେକଥର ଜିତିଛି ମଧ୍ୟ କ୍ଷ ତେବେ ଆସନ୍ତୁ ଜାଣିବା ଇରାନର ରକ୍ତଭିଜା ଇତିହାସ ବିଷୟରେ …

ଇରାନକୁ ପୂର୍ବରୁ ପାରସ୍ୟ କୁହାଯାଉଥିଲା। ସାମରିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ବିଶ୍ୱ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଉ ଏହାର କାରଣ ଥିଲା ପାରସ୍ୟର ସମୃଦ୍ଧି । ଏହି କାରଣରୁ ଅନେକ ଆକ୍ରମଣକାରୀଙ୍କ ନଜର ପାରସ୍ୟ ଉପରେ ଥିଲା। ଏହାର ସମୃଦ୍ଧି ଯୋଗୁଁ, ଇରାନକୁ ଅନେକ ଯୁଦ୍ଧ କରିବାକୁ ପଡିଥିଲା । କେତେବେଳେ ଆରବମାନଙ୍କ ସହିତ ତ କେତେବେଳେ ମଙ୍ଗୋଲମାନଙ୍କ ସହିତ । ଏହି ଯୁଦ୍ଧ ଯୋଗୁଁ ସମୟ ସମୟରେ ଇରାନର ଶକ୍ତିରେ ପରିବର୍ତ୍ତନ ମଧ୍ୟ ଆସିଥିଲା। ସପ୍ତମ ଶତାବ୍ଦୀରେ, ଇରାନ ଆରବମାନଙ୍କ ସହିତ ଯୁଦ୍ଧ କରିଥିଲା। ଏହି ସମୟରେ, ଇରାନରେ ସାସାନି ସାମ୍ରାଜ୍ୟ କ୍ଷମତାରେ ଥିଲା। ଆରବମାନେ ସାସାନି ସାମ୍ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ଗୋଟିଏ ପରେ ଗୋଟିଏ ଅନେକ ଯୁଦ୍ଧ ହୋଇଥିଲା ଏବଂ ସାସାନି ସାମ୍ରାଜ୍ୟର ଅନ୍ତ ଘଟିଥିଲା। ଏହିଠାରୁ ଇରାନରେ ଇସଲାମ ଧର୍ମର ଉଦୟ ହୋଇଥିଲା। ଏହି ସମୟରେ ଏଠାରେ ଶିୟା ସମ୍ପ୍ରଦାୟ ବୃଦ୍ଧି ପାଇଥିଲା ଏବଂ ପାରସ୍ୟ ସଂସ୍କୃତିରେ ବିଶ୍ୱାସ କରୁଥିବା ଲୋକମାନେ ମଧ୍ୟ ଇସଲାମ ଧର୍ମରେ ବିଶ୍ୱାସ କରିବା ଆରମ୍ଭ କରିଥିଲେ। ଏହା ପରେ, ୧୧ଶ ଏବଂ ୧୨ଶ ଶତାବ୍ଦୀରେ, ତୁର୍କୀମାନେ ଏଠାରେ ଅନେକ ଯୁଦ୍ଧ ଲଢ଼ି ଇରାନରେ ନିଜର ସତ୍ତା ହାସଲ କରିଥିଲେ।

ତୁର୍କୀଙ୍କ ପରେ, ମଙ୍ଗୋଲମାନେ ଇରାନ ଉପରେ ନଜର ପକାଥିଇଲେ। ମଙ୍ଗୋଲ ନେତା ଚେଙ୍ଗିସ୍ ଖାନ ୧୨୧୯ ରୁ ୧୨୬୦ ମଧ୍ୟରେ ଅନେକ ଥର ଇରାନ ଉପରେ ଆକ୍ରମଣ କରିଥିଲେ। ସେତେବେଳ ଏଠାରେ ଏକ ଭୟଙ୍କର ନରସଂହାର ଘଟିଥିଲା ଏବଂ ଅନେକ ସହର ଧ୍ୱଂସ ପାଇଯାଇଥିଲା। ଏହା ପରେ, ଚେଙ୍ଗିସ୍ ଖାନଙ୍କ ପରବର୍ତ୍ତୀ ପିଢ଼ି ଏଠାରେ ସାମ୍ରାଜ୍ୟ ବିସ୍ତାର କରିଥିଲେ। ପରେ ମଙ୍ଗୋଲମାନେ ମଧ୍ୟ ଇସଲାମ ଗ୍ରହଣ କରିଥିଲେ, କିନ୍ତୁ ସେମାନେ ପାରସ୍ୟ ସଂସ୍କୃତିକୁ ଗ୍ରହଣ କରିଥିଲେ। ୧୯୭୯ ମସିହାରେ, ଇରାନରେ ପାଶ୍ଚାତ୍ୟ ସମର୍ଥକ ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା ଏବଂ ଇସଲାମିକ ବିପ୍ଳବ ଘଟିଥିଲା। ଇରାନରେ ଧାର୍ମିକ ନେତା ଆୟତୁଲ୍ଲା ଖୋମେନି କ୍ଷମତାକୁ ଆସିଥିଲେ। ଇସଲାମିକ ବିପ୍ଳବ ପରେ, ଇରାନୀମାନେ ଅନୁଭବ କରିଥିଲେ ଯେ ଶତାବ୍ଦୀ ଧରି ଚାଲିଥିବା ଯୁଦ୍ଧ ଏବେ ଶେଷ ହେବ ଏବଂ ଶାନ୍ତି ପୁନଃସ୍ଥାପିତ ହେବ, କିନ୍ତୁ ଏହା ଘଟିଲା ନାହିଁ। ଇସଲାମିକ ବିପ୍ଳବ ପରେ, ଇରାନ ଇସ୍ରାଏଲ ଏବଂ ଆମେରିକାର ନଜରକୁ ଆସିଗଲା ଏବଂ ଧୀରେ ଧୀରେ ଏହି ଉଭୟ ଦେଶ ଇରାନର ଘୋର ଶତ୍ରୁ ହୋଇଗଲେ। ସେବେଠାରୁ, ଇରାନ ଯୁଦ୍ଧ ଲଢ଼ୁଛି।