ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଇତିହାସ ରଚିଲେ ସ୍ମୀଥ୍ । ଏବେ ଚାଲିଛି ଟେଷ୍ଟ ଚାମ୍ପିଆନ୍ସିପ । ପ୍ରଥମେ ବ୍ୟାଟିଂ କରିଥିଲା । ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ଧରାଶାୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ୍ । ତଥାପି ରେକର୍ଡ ଭାଙ୍ଗଛନ୍ତି ସ୍ମିଭ ସ୍ମିଥ୍ । ଏହି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶକୀୟ ପାଳି ଖେଳିଥିବା ବେଳେ ନିଜର ନାଁରେ ଯୋଡିଛନ୍ତି ରେକର୍ଡ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇ ୨୧୨ ରନ କରିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ଏବଂ ଓ୍ବେବଷ୍ଟର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୨୨ ଓଭର ବ୍ୟାଟିଂ ମଧ୍ୟ କରିଛି । ଦଳ ୪୩ ରନରେ ୪ ୱିଲେଟ୍ ହରାଇ ସାରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ପକ୍ଷରୁ ସ୍ମିଥ୍ ୬୬ ରନ କରିଛନ୍ତି । ବିଦେଶୀ ଖେଳାଳିଭାବେ ବଡ଼ ସ୍କୋର କରିବାର ରେକର୍ଡ ଲର୍ଡସରେ ସ୍ମିଥ୍ ନିଜ ନାମରେ କରିଛନ୍ତି । ଏଯାବତ ସ୍ମିଥ୍ ଲର୍ଡରେ ୫୯୩ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜର ସୋବର୍ସଙ୍କ ନାମରେ ରହିଥିଲା । ସେ ୫୭୧ କରିଛନ୍ତି ।