ଗଞ୍ଜମ/ରଜନୀକାନ୍ତ ପାତ୍ର: ସ୍କୁଲ ଯିବା ସମୟରେ ଅଘଟଣ । ମାଆ ଝିଅ ସ୍କୁଲ ଯାଉଥିବା ବେଳେ ସ୍କୁଟିକୁ ଧକ୍କାଦେଲା ହାଇୱା । ଏହି ଦୁର୍ଘଟଣାରେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଥିବା ଜଣାପଡିଛି । ଗଂଜାମ ଜିଲ୍ଲା ଆସ୍କା ଋଷିକୂଲ୍ୟା ବ୍ରିଜ ଉପରେ ମାଆ ଝିଅ ସ୍କୁଟିରେ ଯାଉଥିବା ବେଳେ ଧକ୍କାଦେଲା ହାଇୱା । ମୃତ ମା’ ଝିଅ ଗହଂଗୁ ଗ୍ରାମର ହୋଇଥିବା ସୂଚନା । ଆସିକା ବଡ଼ ଶଙ୍ଖ ଉପରେ ଦୁର୍ଘଟଣା। ଧରକୋଟ ଥାନା ଅନ୍ତର୍ଗତ କୁଶରାଵ ଗ୍ରାମର ଗୀତାଞ୍ଜଳି ମୋହିନୀ ଝିଅ ଶ୍ରଦ୍ଧାଅଞ୍ଜଳି ମହାନ୍ତି ସହ ସ୍କୁଟି ଯୋଗେ ଯାଉଥିବା ବେଳେ ତାଙ୍କୁ ପଛପଟୁ ଆସୁଥିବା ଏକ ହାଇବା ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୧୧ ବର୍ଷ ର ଝିଅ ଶ୍ରଦ୍ଧାଞ୍ଜଳିର ମୃତ୍ୟୁ ହୋଇଥିଲା। ମା ଗୀତାଞ୍ଜଳିଙ୍କ ଗୋଡ଼ ଉପର ଦେଇ ହାଇବା ଚଢି ଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଆସିକା ପୋଲିସ ପହଁଚି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ଗୀତାଞ୍ଜଳି ଆସିକା ଜୟପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ରୂପେ କାର୍ୟ୍ୟ କରୁଥିଲେ। ସେ ଆଜି ସ୍କୁଲକୁ ଯିବା ରାସ୍ତାରେ ଏପରି ଦୁର୍ଘଟଣା ଘଟିଛି।