ବାଇକକୁ ଧକ୍କା ଦେଲା ହାଇୱା ; ଜଣେ ମୃତ , ଜଣେ ଗୁରୁତର

0

ସାଲେପୁର / ତାରାକାନ୍ତ ନାୟକ : ହାଇୱା ଦୁଘଟଣାରେ ଗଲା ଯୁବକଙ୍କ ଜୀବନ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ କୁଂଆପାଳ ରାସ୍ତାର ଲୁଣାହାର ପେଟ୍ରୋଲ ଟାଙ୍କି ନିକଟରେ । ବାଇକ ଯୋଗେ ଦୁଇ ବନ୍ଧୁ ସାଲେପୁର ଆସୁଥିବା ବେଳେ ପଛରୁ ଧକ୍କା ଦେଇଥିଲା ହାଇୱା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧିନ । ତେବେ ମୃତକ ଜଣକ ହେଲେ ମିର୍ଜାପୁର ପଞ୍ଚାୟତ କାନପୁର ଗ୍ରାମର ମହମଦ ସରିଫ ଙ୍କ ବଡ ପୁଅ ମହମ୍ମଦ ରକିଜ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଦୁଇ ବନ୍ଧୁ ମଟର ସାଇକେଲରେ ସାଲେପୁର ଆସୁଥିବା ସମୟରେ ହାଇୱା ତାଙ୍କୁ ଧକ୍କା ଦେବାକରୁ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନିୟ ଲୋକେ ତୁରନ୍ତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରୁ ଗୁରୁତର ଥିବା ବନ୍ଧୁ ଦାହିଦଙ୍କୁ କଟକ ମେଡିକାଲକୁ ପଠାଇ ଦେଇଥିଲେ ଓ ମହମ୍ମଦ ରକିଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି ।