ଭୁବନେଶ୍ୱର ;ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାରି ରହିଛି ହକି ଇଣ୍ଡିଆ ଲିଗ୍ । ଏହି ମ୍ୟାଚରେ ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ ହାସଲ କରିଛି । ୬-୦ ଗୋଲରେ ଶ୍ରାଚୀ ରାହ ବେଙ୍ଗଲ ଟାଇଗର୍ସକୁ ମାତ ଦେଇଛି । କ୍ରମାନ୍ୱୟରେ ୩ଟି ମ୍ୟାଚ ହାରିବା ପରେ କଳିଙ୍ଗ ଲାନସର୍ସ ପ୍ରଥମ ଏବଂ ବଡ ବିଜୟ ହାସଲ କରିଛି ।
ସେହିପରି ବେଙ୍ଗଲ ଟାଇଗର୍ସ ହ୍ୟାଟ୍ରିକ ବିଜୟ ପରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଜଣାପଡିଛି । ମ୍ୟାଚ୍ ଆରମ୍ଭ ହିଁ କଳିଙ୍ଗ ଲାନସର୍ସ ଆକ୍ରମଣ କରିଥିଲା । ୩ୟ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା । ବ୍ରିଙ୍କମ୍ୟାନ ଥିଏରି ରହି ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟରେ ଦଳ ଆଉ ୨ଟି ଗୋଲ ଚତୁର୍ଥ ଓ ଷଷ୍ଠ ମିନିଟରେ ଦେଇଥିଲେ ଦେଇଥିଲେ । ସଞ୍ଜୟ ଓ ହେନଡ୍ରିକ୍ସ ଆଲେକଜାଣ୍ଡର ଗୋଲ୍ ସ୍କୋର କରିଥିଲେ ।