(ରିପୋର୍ଟସ ଟୁଡ଼େ): ଭୁବନେଶ୍ବର ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ଲାଗି ଟିକେଟ ବିକ୍ରି ଆସନ୍ତା କାଲିଠାରୁ ଆରମ୍ଭ ହେବ। ଅପରାହ୍ନ ୧୨ରୁ କେବଳ ଅନ୍ଲାଇନରେ ହିଁ ଏହି ଟିକେଟ ବିକ୍ରି କରାଯିବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ସହ ପରଦିନ ଅର୍ଥାତ୍ ୨୮ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଆର ରହମାନ ସୋ’ ଲାଗି ମଧ୍ୟ ସମାନ୍ତରାଳ ଭାବେ ଟିକେଟ୍ ବିକ୍ରି ହେବ। ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟଜେନିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଗ୍ଧସମଳରଗ୍ଧଶରଦ୍ଭସର.ସଦ୍ଭ କୁ ଯାଇ ଟିକେଟ୍ କିଣି ପାରିବେ। ଅନ୍ଲାଇନରେ ବୁକ୍ କରିଥିବା ଟିକେଟର ପ୍ରିଣ୍ଟ୍ ସହିତ ନିଜର ପରିଚୟ ପ୍ରମାଣପତ୍ର (ସରକାରୀ) ଦେଖାଇ ସେମାନେ ୨୨ ତାରିଖ ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା ସ୍ବତନ୍ତ୍ର କାଉଣ୍ଟରରୁ ଅସଲ ଟିକେଟ୍ ସଂଗ୍ରହ କରିପାରିବେ। ଏହା ସହ ଟିକେଟ୍ ବିକ୍ରି ଅଧିକାର ପାଇଥିବା ରାଜଧାନୀର ବଛା ବଛା ୧୮ ଟିକେଟ୍ କେନ୍ଦ୍ରରେ ମଧ୍ୟ ଦର୍ଶକମାନେ ନିଜ ନିଜ ଅନଲାଇନ୍ ଟିକେଟକୁ ରିଡେମ୍ପସନ୍ କରି ପାରିବେ। କଟକ ଉତ୍ସବ ଲାଗି ମଧ୍ୟ ସେଠାରେ ଏକାଧିକ ରିଡେମ୍ପସନ୍ କାଉଣ୍ଟର ଖୋଲାଯିବ। ତେବେ ଏହାର ଦିନ ଏବଂ ତାରିଖ ପରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ରବିବାର ସଂଧ୍ୟାରେ ଦିଆଯାଇଥିବା ଇମେଲ୍ ସୂଚନାରୁ ଜଣାପଡ଼ିଛି। କଳିଙ୍ଗ ଷ୍ଟାଡିୟମରେ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ମୁଖ୍ୟ ଆକର୍ଷଣ ହେବ ।