(ତାରାକାନ୍ତ ନାୟକ/ସାଲେପୁର): କଟକ-ଚାନ୍ଦବାଲି ରାସ୍ତାର ଶିଶୁଆ ଠାରୁ ସାଲେପୁର ଆସିବା ବେଳେ ଧବଳେଶ୍ବର ମନ୍ଦିର ମୁଖ୍ୟ ରାସ୍ତା ମଝିରେ ଏକ ଗାତ ହୋଇଥିବାରୁ ଗାଡି ଚାଳକଙ୍କ ପାଇଁ ବହୁତ ଅସୁବିଧା ହେଉଛି । ଏହି ଗାତ ଯୋଗୁଁ ମଟର ସାଇକେଲ, ସ୍କୁଟିରେ ଯାଉଥିବା ଲୋକମାନେ ଦୁର୍ଘଟଣାର ଶିକାର ହେଉଥିବା ଜଣାପଡିଛି । ଏହି ରାସ୍ତା ସାଲେପୁରର ମୁଖ୍ୟ ରାସ୍ତା ହୋଇଥିବାରୁ ସେହି ବାଟ ଦେଇ ଅନେକ ପ୍ରଶାସକ, ନେତା, ଅନ୍ୟ ସରକାରୀ କର୍ମଚାରୀ ମାନେ ଯିବା ଆସିବା କରୁଛନ୍ତି । କିନ୍ତୁ କାହାର ନଜର ଏ ଗାତ ଉପରେ ପଡୁନାହିଁ । ରାତିରେ ଗାଡି ଚାଳକ ଗାତରେ ପଡି ଆହତ ହେଉଛନ୍ତି। ଏହି ଗାତ କୁ ଭଲ ଭାବରେ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।