ହୋଲିରେ କିନ୍ନରଙ୍କ ଗୁରୁତ୍ୱ , ଜାଣନ୍ତୁ କଣ ..

0

(ରିପୋର୍ଟସ ଟୁଡ଼େ / ଶୁଭସ୍କିତା ଦାଶ ) : ହୋଲିରେ କିନ୍ନରଙ୍କଠାରୁ କିଛି ଉପହାର ଅବା ଟଙ୍କା ଗ୍ରହଣ କଲେ ସମସ୍ତ ସମସ୍ୟା ଜୀବନରୁ ଦୂରେଇ ଯାଏ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିଥାଏ। ତେଣୁ ହୋଲିରେ କୌଣସି କିନ୍ନରଙ୍କ ସହିତ କଥାବାର୍ତ୍ତା କରି ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇ ତାଙ୍କଠାରୁ ଏସବୁ ଆଣିଲେ ଭବିଷ୍ୟତ ସୁଖମୟ ହୋଇଥାଏ ବୋଲି ରହିଛି ବିଶ୍ୱାସ।
କାରଣ କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। ଫଳରେ ଯୌନାଙ୍ଗର ବିକାଶରେ ସୃଷ୍ଟି ହୋଇଥାଏ ବାଧା। ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ସେକ୍ସ୍‌ ହରମୋନ୍‌ କ୍ଷରଣରେ ଅନିୟମିତତା ଦେଖାଯାଏ। ଟେଷ୍ଟୋଷ୍ଟରନ୍‌ ହରମୋନ୍‌ କମ୍‌ କ୍ଷରଣ ହେବା ଯୋଗୁ ଏହାର ପ୍ରଭାବରେ ଶରୀରରେ ପୁରୁଷ ଉପଯୋଗୀ ଅଙ୍ଗର ବିକାଶ ସମ୍ଭବ ହୋଇପାରି ନ ଥାଏ। କିନ୍ତୁ ନାରୀ ସୁଲଭ ଚାଲିଚଲଣ ବ୍ୟକ୍ତିଠାରେ ଦୃଷ୍ଟି ଗୋଚର ହୁଏ ବୋଲି ଚିକିତ୍ସା ବିଜ୍ଞାନୀ କୁହନ୍ତି। ଏହାକୁ ଏକ ଜୈବ ବିକୃତି ଭାବେ ଚିକିତ୍ସା ବିଜ୍ଞାନ ଗ୍ରହଣ କରିଥାଏ। ଏହା ଶୁକ୍ରାଣୁ ଡିମ୍ବାଣୁ ସହିତ ମିଳନ ହେବା ସମୟରେ ହିଁ ସ୍ଥିରୀକୃତ ହୋଇଥାଏ।କିନ୍ନର ସୃଷ୍ଟି ପାଇଁ ମାତା ପିତାଙ୍କ ଜିନ୍‌ଗତ ତ୍ରୁଟି ହଁ ଦାୟୀ ରହିଥାଏ। ଏହାର ପ୍ରଭାବରେ ସନ୍ତାନଠାରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ କୁହନ୍ତି। ସମାଜରେ କେତେକ ଏମାନଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖିଥାନ୍ତି। ମାତ୍ର କିନ୍ନରଙ୍କ ଆଶୀର୍ବାଦ ମିଳିଲେ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ।