ବିନା ରଙ୍ଗରେ ହୋଲି।

0

(କାଜଲସୁନ୍ଦରାୟ/ଭୁବନେଶ୍ୱର) ;ପୁଣି କୋରୋନା ଭୟ। ବର୍ଷେରୁ ଅଧିକ ହୋଇଗଲାଣି କୋରୋନା ମହାମାରୀ ସାରା ପୃଥିବୀରେ ଆତଙ୍କ ଖେଳାଇ ଚାଲିଛି। କିଛି ଦିନର ବ୍ୟବଧାନ ପରେ ପୁଣି ବିଭିନ୍ନ ସ୍ଥାନରେ ଦେଖା ଦେଇଛି କୋରୋନାର ଦ୍ଵିତୀୟ ଲହରୀ। ଯାହାର ପ୍ରଭାବ ରଙ୍ଗର ପର୍ବ ହୋଲି ଉପରେ ପଡ଼ିଛି। ଚଳିତ ବର୍ଷ କୋରୋନା କଟକଣା ପାଇଁ ଧୁମଧାମରେ ପାଳନ ହୋଇପାରିବନି ହୋଲି। ଉଡିବନି ଫଗୁ, ଦେହରେ ବାଜିବନି ରଙ୍ଗର ପିଚକାରୀ। ଫିକା ପଡ଼ିବ ରଙ୍ଗୀନ ପର୍ବର ହସଖୁସି ମଉଜ ମଜଲିସ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ କୋରୋନା ଫଗୁ ଖେଳର ଆନନ୍ଦ ଛଡ଼ାଇ ନେଇଛି। ରାଜ୍ୟ ସରକାରଙ୍କ ତରଫରୁ ଏ ବର୍ଷ କୋରୋନା ବିପକ୍ଷରେ ଯୁଦ୍ଧ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ହୋଲି ନ ଖେଳି ନିଜେ ଏବଂ ନିଜ ପରିବାର ସହ ସାରା ରାଜ୍ୟକୁ କୋରୋନା ମୁକ୍ତ କରିବାକୁ ନିବେଦନ କରିଛନ୍ତି। ମୁହଁରେ କେମିକାଲ ରଙ୍ଗ ବଦଳରେ ରଙ୍ଗୀନ ମାସ୍କ ଏବଂ ରଙ୍ଗ ପାଣିରେ ହାତ ଧୋଇବା ପରିବର୍ତ୍ତେ ସାବୁନରେ ସହିତ ଧୋଇବାକୁ କୁହାଯାଇଛି। ଡିଜିଟାଲ ମାଧ୍ୟମରେ ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହିତ ସାମାଜିକ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ। ଏଭଳି ପରିସ୍ଥିତିରେ ସରକାରଙ୍କ ନିୟମ ମାନି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି।