ମେ ୫ରୁ ଜୁନ ୧୭ ଯାଏ ଖରାଛୁଟି

ଗଣଶିକ୍ଷା ବିଭାବ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି,ମେ ୫ରୁ ଜୁନ ୧୭ ଯାଏ ଖରାଛୁଟି

0

ଭୁବନେଶ୍ୱର: ଗଣଶିକ୍ଷା ବିଭାବ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି। ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।
ଏପ୍ରିଲ ୧ରୁ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସପ୍ତାହରେ ପ୍ରଥମରୁ ଅଷ୍ଟମ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ମେଟିଭ -୧ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓସେପା କ୍ୟାଲେଣ୍ଡରରେ ଦର୍ଶାଇଛି। ସେହିପରି ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ପିଲାଙ୍କ ଫରମେଟିଭ -୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବମ ଶ୍ରେଣୀରୁ ୧୦ମ ଶ୍ରେଣୀ ଲାଗି ଚଳିତ ଶିକ୍ଷାବର୍ଷ ଲାଗି ସମାନ ୨୩୨ଟି ଶିକ୍ଷା ଦିବସ ରହିଥିବା ବେଳେ ୧୩୩ ଦିନ (ରବିବାରକୁ ମିଶାଇ)ଛୁଟି ଦିବସ ରହିଛି।