(ରିିପୋର୍ଟସ ଟୁଡ଼େ / ଶୁଭସ୍କିତା ଦାଶ ) : ଆଜି ସାରା ଦେଶରେ ହୋଲିକା ଦହନ କରାଯିବା ସହ ହୋଲି ପର୍ବର ଆରମ୍ଭ କରାଯିବ। ତିଥି ଅନୁଯାଇ ସନ୍ଧ୍ୟା ସମୟରେ ହୋଲିକା ଦହନ ହେବ।
ଦେଶରେ ରୀତିନିତି ଭାବେ ହୋଲିକା ଦହନର ପ୍ରସ୍ତୁତି ଚାଲିଥିବା ବେଳେ ମୁମ୍ବାଇର ବଲ୍ଲୀ ଅଞ୍ଚଳରେ ଏକ ଭିନ୍ନ ପ୍ରକାରର ହୋଲିକା ଦହନ କରାଯିବ। ଏଠାରେ ହୋଲିକାଙ୍କ ସହ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ଦହନ କରାଯିବ। ସେହିପରି ପବଜି ଗେମକୁ ମଧ୍ୟ ସେଠାରେ ଦହନ କରାଯିବ। ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ସହ ଠିଆ ହୋଇଛି ସାରା ବିଶ୍ବ। ଏଣୁ ଏନେଇ ଆକ୍ରମଣର ମୁଖ୍ୟ ମାସୁଦକୁ ଖୁବ ବିରୋଧ ମଧ୍ୟ କରାଯାଉଛି।
ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜଗରଙ୍କୁ ଗ୍ଳୋବାଲୀ ଆତଙ୍କୀ ଭାବେ ଘୋଷଣା କରାଯାଇଛି। ତେବେ ପକିସ୍ତାନର ସପକ୍ଷ ବିଭିନ୍ନ କାର୍ୟ୍ୟୁରେ ଚାଇନା କରିଥିବାରୁ ଜମସେଦପୁରରେ ବୈବସାୟୀ ମାନେ ଚାଇନା ଜିନିଷକୁ ଜଳାଇ ଏହାର ପ୍ରତିବାଦ କରିବା ସହ ହୋଲିକା ଦହନକୁ ପାଳିଥିଲେ।