ଫେମ୍‌ ସ୍କାର୍‌ଲେଟ୍‌ ଜୋହାନସଙ୍କ ଘରକୁ ଆସିବେ ନୂଆ ଅତିଥି

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ‘ବ୍ଲାକ୍‌ ୱିଡୋ’ ଫେମ୍‌ ସ୍କାର୍‌ଲେଟ୍‌ ଜୋହାନସଙ୍କ ଘରକୁ ଆସିବେ ନୂଆ ଅତିଥି।

0

(ଦିଲ୍ଲୀ) : ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ‘ବ୍ଲାକ୍‌ ୱିଡୋ’ ଫେମ୍‌ ସ୍କାର୍‌ଲେଟ୍‌ ଜୋହାନସଙ୍କ ଘରକୁ ଆସିବେ ନୂଆ ଅତିଥି। ସେ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏହି ଗୁଡ୍‌ ନ୍ୟୁଜ୍‌କୁ ତାଙ୍କ ସ୍ୱାମୀ ନିଜେ ସୂଚନା ଦେଇଛନ୍ତି। ଏକ ଷ୍ଟାଣ୍ଡଅପ୍‌ କମେଡି ଆକ୍ଟ ସମୟରେ ପତ୍ନୀ ସ୍କାରଲେଟ୍‌ ଗର୍ଭବତୀ ଥିବା ନେଇ ସେ କହିଛନ୍ତି।

ସୂଚନାନୁଯାୟୀ , ତେବେ ସ୍କାରଲେଟ୍‌ ପ୍ରଥମଥର ପାଇଁ ମା’ ହେବାକୁ ଯାଉ ନାହାନ୍ତି। ଏହା ତାଙ୍କ ଦ୍ୱିତୀୟ ସନ୍ତାନ ହେବ। ପୂର୍ବରୁ ତାଙ୍କର ଜଣେ ୬ ବର୍ଷୀୟ ଝିଅ ଅଛି। ପ୍ରଥମ ବିବାହ ପରେ ତାଙ୍କର ଏହି ଝିଅ ହୋଇଥିଲା। ତାଙ୍କ ପୂର୍ବତନ ସ୍ୱାମୀଙ୍କ ନାଁ ଫ୍ରେଞ୍ଚମ୍ୟାନ୍‌ ରୋମାନ ଡ୍ୟୁରିକ୍‌ ଥିଲା। ଫ୍ରେଞ୍ଚମ୍ୟାନଙ୍କ ଠାରୁ ଛାଡପତ୍ର ନେବା ପରେ କଲିନ୍‌ ଏବଂ ସ୍କାରଲେଟ୍‌ ଦୀର୍ଘ ୩ ବର୍ଷ ପରସ୍ପରକୁ ଡେଟ୍‌ କରିଥିଲେ। ଏହାପରେ ଅକ୍ଟୋବର ୨୦୨୦ରେ ଉଭୟ ବିବାହ କରିଥିଲେ।