ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜି ଠାରୁ ଆରମ୍ଭ ହୋଇଛନ୍ତି ପବିତ୍ର ମହାକୁମ୍ଭ । ଏହି ଅବସରରେ ମହାକୁମ୍ଭର ପ୍ରଥମ ଦିନରେ ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଏହା ସହିତ ମହାକୁମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ କହିଛନ୍ତି , ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଭଲ ପାଉଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ପବିତ୍ର ଦିବସ । ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ମହାକୁମ୍ଭ ୨୦୨୫ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆସ୍ଥା , ଭକ୍ତି ଏବଂ ସଂସ୍କୃତିର ଏକ ପବିତ୍ର ସଙ୍ଗମସ୍ଥଳରେ ମହାକୁମ୍ଭ ଅଗଣିତ ଲୋକଙ୍କୁ ଲକତ୍ର କରିଛି ବୋଲି ମୋଦୀ କହିଛନ୍ତି ।
ଅନ୍ୟପଟେ ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି , ୬୦ ଲକ୍ଷ ଶ୍ରଦ୍ଧାଳୁ ପ୍ରଥମ ଦିନରେ ବୁଡ ପକାଇଛନ୍ତି । ଆଜି ପ୍ରଥମ ଦିନରେ ବୁଡ ପକାଇଛନ୍ତି । ଆଜି ପୁଷ୍ପ ବର୍ଷା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି ।