ରାତିରେ ଘର ଖାଦ୍ୟ ଖାଇଲେ ଚିଦାମ୍ବରମ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ପି ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପରେ ଗତକାଲି ମଧ୍ୟରାତ୍ରୀ ଯାଏଁ ସିବି÷ଆଇ ମୁଖ୍ୟାଳୟରେ ଜେରା କରାଯାଇଛି। ଅଦାଲତଙ୍କ ଆଦେଶ ଅନୁସାରେ ଚିଦମ୍ବରମ୍‌ଙ୍କୁ ସିବିଆଇ ମୁଖ୍ୟାଳୟକୁ ଅଣାଯାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚା ଦିଆଯାଇଥିଲା। ତା’ ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ନାନା ପ୍ରଶ୍ନ କରିଥିଲେ ।
ଓକିଲାତିରୁ ରାଜନୀତିକୁ ପ୍ରବେଶ କରିଥିବା ଚିଦାମ୍ବରମ କିନ୍ତୁ ଏଥିରେ ବିଚଳିତ ହୋଇ ନ ଥିଲେ । ବେଶ ଚାଲାକିର ସହ ସେ କହିଥିଲେ ଏସବୁ ଏବେ ମନେପକାଇ ପାରୁ ନାହାନ୍ତି। ସେ ସମୟରେ କ’ଣ ନୀତି ଥିଲା ତାହା ଜାଣିବାକୁ ରୁଲ୍‌ବୁକ୍‌ ଆଣିବାକୁ କହିଥିଲେ। ତା’ପରେ ଚିଦମ୍ବରମ୍‌ଙ୍କୁ ରୁଲ୍‌ବୁକ୍‌ ଦିଆଯାଇଥିଲା। ସେ ୪୫ ମିନିଟ ରୁଲବୁକ ପଢ଼ିବା ପରେ ଏ ମାମଲାରେ ସିବିଆଇ ଅଧିକାରୀମାନେ ପଚାରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ।
ସିବିଆଇ ମୁଖ୍ୟାଳୟରେ ପ୍ରଥମ ରାତ୍ରୀ ଯାପନ ନିମନ୍ତେ ଚିଦମ୍ବରମ୍‌ଙ୍କୁ ଘର ରନ୍ଧା ଭୋଜନ ଏବଂ ସଫା ଲୁଗା ଦିଆଯାଇଥିଲା। ବୁଧବାର ବିଳମ୍ବିତ ରାତ୍ରୀରେ ଗିରଫ କରାଯାଇ ସିବିଆଇ ମୁଖ୍ୟାଳୟକୁ ନିଆଯିବା ପରେ ସିବିଆଇ ଗ୍ରିନ୍‌ହାଉସ୍‌ର ଖାଦ୍ୟ ଖାଇବାକୁ ସେ ମନା କରି ଘର ରନ୍ଧା ଖାଦ୍ୟ ପାଇଁ କହିଥିଲେ।