(ଛତିଶଗଡ) : ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜାପୁରରେ ଶନିବାର ନକ୍ସଲମାନେ ୭୦୦ ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ଘେରି ଆକ୍ରମଣ କରିଥିଲେ । ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ଆଜି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଗୃହ ମନ୍ତ୍ରୀ ଅମିତ ଶାହ ଜଗଦଲପୁରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ସେଠାରେ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏତଦ୍ ବ୍ୟତୀତ ଗୃହମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଆହତ ଯବାନଙ୍କୁ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଜଗଦଲପୁରରେ ଅମିତ ଶାହ ଏକ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି ।