ବ୍ୟୁରୋ : ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍ ଦେଖାଯିବାକୁ ଚାହାନ୍ତି । କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ । ଆଜିକାଲି ଯୁବପୀଢିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ । ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁ•ଇବା ପାଇଁ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗକୁ ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ୱାରା କିଛି ଦିନ କେଶଗୁଡ଼ିକ ଧଳା ରହେ କିନ୍ତୁ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ବଢିଯାଇଥାଏ । ଏହି କାରଣରୁ, ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ଘରୋଇ ଟିପ୍ସି କହିବୁ, ଯାହା ଆପଣଙ୍କ କେଶକୁ ଧଳା ହେବାରୁ ରକ୍ଷା କରିବ |
ଅଁଳା : ପ୍ରଥମେ ଆପଣ ତିନିରୁ ଚାରୋଟି ଅଁଳା ନିଅନ୍ତୁ । ଗୋଟେ କପ୍ ନଡ଼ିଆ ତେଲ । ପ୍ରଥମେ ଅଁଳାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ପରେ ଏକ ପ୍ୟାନରେ ନଡିଆ ତେଲ ପକାଇ ସେଥିରେ ଅଁଳା ଖଣ୍ଡକୁ ପକାଇ ଭଲ ଭାବରେ ଫୁଟାନ୍ତୁ । ୧୦ ମିନିଟ୍ ଫୁଟାଇବା ପରେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖିଦିଅନ୍ତୁ । ପରେ ଏହି ମିଶ୍ରଣକୁ ଆପଣଙ୍କ କେଶରେ ମାଲିସ୍ କରନ୍ତୁ ।
ଭୃଷଙ୍ଗ ପତ୍ର : ନଡ଼ିଆ ତେଲରେ ଭୃଷଙ୍ଗ ପତ୍ରକୁ ମିଶାଇ ଭଲ ଭାବରେ ଫୁଟାନ୍ତୁ । ପରେ ତେଲକୁ ଛାଣି ଦେଇ କିଛି ସମୟ ଥଣ୍ଡା କରିଦିଅନ୍ତ । ଏହି ମିଶ୍ରଣକୁ କେଶରେ ମାଲିସ୍ କରନ୍ତୁ । କେଶରେ ଦୁଇରୁ ତିନି ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇଥର କରନ୍ତୁ । ଆପଣ ଏହାକୁ ଧଳା କେଶର ଚିକିତ୍ସା ଭାବରେ ବ୍ୟବହାର କରିପାରିବେ । ଭୃଷଙ୍ଗ ପତ୍ର କେଶରେ ମେଲାନିନ ପିିଗମେଣ୍ଟେସନ ବଢିବାରେ ସାହାଯ୍ୟ କରିଥାଏ ।