କାମାକ୍ଷାନଗର / ସମଦର୍ଶୀ ଦାସ : କାମାକ୍ଷାନଗର ସହର ର ମୁଣ୍ଡିଦେଉଳି ଠାରେ ଥିବା ଏକ ପୂଜା ସାମଗ୍ରୀ ରହିଥିବା ଗୋଦାମ ଗୃହ ରେ ଭୟାବହ ଅଗ୍ନିକାଣ୍ଡ l ଲକ୍ଷାଧିକ ଟଙ୍କା ର ପୂଜାସାମଗ୍ରୀ ଜଳିପୋଡି ନଷ୍ଟ l
ସୂଚନା ଅନୁସାରେ କାମାକ୍ଷାନଗର ସହର ରେ ଅଯୋଧ୍ୟା ପୂଜାଭଣ୍ଡାର କରିଥିବା ଗଗନବିହାରୀ ପାଳ ମୁଣ୍ଡିଦେଉଳି ଠାରେ ପୂଜାସାମଗ୍ରୀ ରଖିବା ପାଇଁ ଏକ ଗୋଦାମ ଗୃହ ନେଇଥିଲେ l ତେବେ ଆଜି ହଟାତ କୌଣସି କାରଣ ରୁ ଗୋଦାମଗୃହ ରେ ଅଗ୍ନିକାଣ୍ଡ ହୋଇଥିଲା l ଫଳରେ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି l ଏ ସଂପର୍କ ରେ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ବିଦ୍ୟୁତ ସଟସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l ତେବେ ଅଗ୍ନିକାଣ୍ଡ ରେ ପୂଜାଭଣ୍ଡାର ଗୋଦାମ ଗୃହ ରେ ଥିବା ଲକ୍ଷାଧିକ ଟଙ୍କାର ଘିଅ, ବିଭିନ୍ନ ପ୍ରକାର ର ତେଲ ଓ ଖଲି, ଚଉପତି ବସ୍ତା ଥିବାରୁ ନିଆଁ କୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି l