ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁରର ଚମନଗଞ୍ଜରେ ଭୟାବହ ଅଗ୍ନିକାଣ୍ଡ। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିରେ ରାତିରେ ଚମନଗଞ୍ଜ ଅଞ୍ଚଳର ୫ ମହଲା କୋଠାରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ବାପା, ମାଆଙ୍କ ସମେତ ୩ ଛୁଆଙ୍କ ଜୀବନ ଯାଇଛି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଏତେ ଭୟଙ୍କରା ଥିଲା ଯେ ଆୟତ୍ତ କରିବାକୁ ଦମକଳ ବାହିନୀକୁ ୮ ଘଣ୍ଟା ସମୟ ଲାଗିଥିବା ବେଳେ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ଯଦିଓ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ପ୍ରାରମ୍ଭିକ ତଦନ୍ତରୁ ସର୍ଟସକିଟରୁ ନିଆଁ ଲାଗିଥିବା ଜଣାପଡିଛି । କୁହାଯାଏ ଯେ ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଇଥିଲା ଏବଂ ସମଗ୍ର କୋଠାଟି ନିଆଁରେ ପୋଡ଼ି ଯାଇଥିଲା ।