(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ପାଳିତ ହେଉଛି ‘ଆର୍ଥ ଆଓ୍ଵାର’ ।ଏଥରର ଥିମ୍ ରହିଛି CHANGE THE WAY WE LIVE । ଏହା ଏକ ବିଶ୍ୱସ୍ତରୀୟ କାର୍ୟ୍ୟକ୍ରମ । ସାରା ବିଶ୍ୱରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ମାସ ୩୦ ତାରିଖ ଦିନ ପାଳନ ହୁଏ ‘ଆର୍ଥ ଆଓ୍ଵାର’ । ଏହି କାର୍ୟ୍ୟକ୍ରମ ଅନୁସାରେ ରାତି ୮.୩୦ରୁ ୯.୩୦ ଘଣ୍ଟାଏ ପର୍ୟ୍ୟନ୍ତ ବିଜୁଳି ଆଲୋକକୁ ବନ୍ଦ ରଖି ଏହି ଦିବସକୁ ପାଳନ କରାଯାଏ । କେବଳ ବିଦ୍ୟୁତ୍ ଆଲୁଅ ନୁହେଁ, ଟିଭି ଓ ଫ୍ରିଜ୍ ଆଦି ଭଳି ଅନ୍ୟ ବିଦ୍ୟୁତ୍ ଚାଳିତ ଯନ୍ତ୍ରପାତିକୁ ମଧ୍ୟ ବନ୍ଦ ରଖାଯାଏ । ସାରା ବିଶ୍ୱରେ ନିଜ ନିଜ ସମୟ ଅନୁସାରେ ଲୋକେ ଏହାକୁ ପାଳନ କରିଥାନ୍ତି ।
ଏମିତିକି ଅଷ୍ଟ୍ରେଲିଆ ସିଡନୀ ସ୍ଥିତ ଅପେରା ହାଉସ୍, ଫ୍ରାନ୍ସର ଏଫିଲ ଟାଓ୍ଵାର, ବଙ୍କିମ୍ହାମ ପ୍ୟାଲେସ୍ ଭଳି ମର୍ୟ୍ୟାଦାଜନକ ସ୍ଥାନ ବି ଘଣ୍ଟାଏ ପାଇଁ ଅନ୍ଧାର ଭିତରେ ଡୁବି ଯାଏ । ଶକ୍ତି ସଂରକ୍ଷଣ ପାଗ ଓ ପରିବେଶରେ ପରିବର୍ତ୍ତନ ଆଣି ପାରିବ । ଏଇ ବାର୍ତ୍ତା ଦେଇ ପାଳନ କରାଯାଉଛି ଆର୍ଥ ଆଓ୍ଵାର ।