(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଗତକାଲି ଗୃହରେ ପ୍ରଶ୍ନ ଉତ୍ତର କାଳରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ପ୍ରସଙ୍ଗ ଉଠିଥିଲା । ବିଜେଡ଼ିର ନିଆଳି ବିଧାୟକ ଡ଼ା ପ୍ରମୋଦ କୁମାର ମଲ୍ଲିକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଖୁବ୍ ଶୀଘ୍ର ସ୍ଥାପିତ ହେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି କି , ଯଦି ଉତ୍ତର ହିଁ ତେବେ ତାହା କେବେ ସୁଦ୍ଧା ସ୍ଥାପିତ ହେବା ପାଇଁ ସମୟ ନିଆଯାଇଛି । ଯଦି ନାଁ ତେବେ ରାଜ୍ୟରେ ସମସ୍ତ ମେଡ଼ିକାଲ କଲେଜ ଘରୋଇ ମେଡ଼ିକାଲ ଫାର୍ମାସି କଲେଜ , ଆୟୁର୍ବେଦିକ ଓ ହୋମିଓପାଥିକ କଲେଜ ତଥା ଅନ୍ୟାନ୍ୟ ମେଡ଼ାକଲ ସମ୍ପୃକ୍ତ ବିଭାଗ ଗୁଡ଼ିକରେ ସମାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମିତ୍ତ ଅନ୍ୟ କଶ ବ୍ୟବସ୍ଥା କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ।
ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ କି ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସରକାର କରିଥିବା ଘୋଷଣା ସରକାରଙ୍କର ବିଚାର ଧୀନ ଅଛି । ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ସମସ୍ତ ମେଡ଼ିକାଲ କଲେଜ , ଫାର୍ମାସୀ କଲେଜ , ଆର୍ୟୁର୍ବେଦ କଲେଜ, ହୋମିଓପାଥିକ କଲେଜ, ପାରା ମେଡ଼ିକାଲ କଲେଜ ଓ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉକ୍ତ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପରିସର ଭୁକ୍ତ ହେବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।