ଦେଢ଼ରୁ 2 ମାସ ଚାଲିବ ଆବାସ ସର୍ଭେ : ମନ୍ତ୍ରୀ

0

ଭୁବନେଶ୍ୱର: 24 ରୁ ଆବାସ ସର୍ଭେ  l ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ l  24 ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର  l  ଦେଢ଼ରୁ 2 ମାସ ଚାଲିବ ଆବାସ ସର୍ଭେ lଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପଂଚାୟତିରାଜ ମନ୍ତ୍ରୀ l  ଆବେଦନକରି ମାନେ ପଂଚାୟତି ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ l ଏଥି ପାଇଁ ବିଭାଗ ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା କରି ସଚେତନ କରି ସାରିଛି ବିଭାଗ l  କେନ୍ଦ୍ର ସରକାର ଆବାସ ସଂଖ୍ୟା 2 କୋଟିରୁ 3 କୋଟିକୁ ବଢ଼ାଇଛନ୍ତି l ଓଡିଶାକୁ ଅଧିକ ମିଳିବା ନେଇ ଆଶା l  କେନ୍ଦ୍ର ସରକାର ନିୟମବଳିକୁ କୋହଳ କରିଛନ୍ତି ବାଇକ, ଫ୍ରିଜ ଥିଲେ ମଧ୍ୟ ଆବେଦନ କରିପାରିବେ l ବାର୍ଷିକ 15000 ଆୟ ଥିଲେ ବି କରି ପାରିବେ ଆବେଦନ l କାହାକୁ ବଂଚିତ ହେବାକୁ ଦିଆଯିବ ନାହିଁ l ବାପଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ l ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ l ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ l  ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର l