ହଷ୍ଟେଲରେ ରହୁଥିବା ୧୦ମ ଶ୍ରେଣୀ ଛାତ୍ରୀ ମା ହେଲେ କେମିତି ?

0

(ରିପୋର୍ଟର୍ସ ଟୁଡେ);- ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ । ଏବେ ଦଶମ ପରୀକ୍ଷା ଦେବା ବଦଳରେ ସନ୍ତାନ ଜନ୍ମ କରିଛନ୍ତି ଛାତ୍ରୀ ଜଣଙ୍କ । ଯେଉଁ ବୟସରେ ପାଠ ପଢି ନିଜ ଜୀବନ ଗଢିବା କଥା,ସେହି ବୟସରେ କୋଳରେ ପିଲା । ନିରୀହ ଛାତ୍ରୀ ଜଣକଙ୍କ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି ।

ଏଭଳି ଘଟଣା କିପରି ଘଟିଲା, ପିଲା ଜନ୍ମ ଦେବା ପୂର୍ବରୁ କେମିତି ଜାଣିପାରିଲେ ନାହିଁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ଅନିସୂଚିତ ଜାତି ଜନଜାତି ବିଦ୍ୟାଳରେହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ସ୍କୁଲ କର୍ତ୍ତୃପକ୍ଷ ଥାଇ ଆଦିବସା ଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହି ମଧ୍ୟ କିଭଳି ଏହି ଲଜ୍ୟା ଜନକ ଘଟଣା ଘଟିଛି ତାକୁ ନିଦା କରାଯାଇଛି । ଘଟଣା ନେଇ ଚିନ୍ତାରେ ବାପା ମା ଥିବା ବେଳେ ସ୍କୁଲ କତୃପକ୍ଷ ଙ୍କୁ ଦାୟୀ କରିଛନ୍ତି । ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ।