ଅନ୍ୟ ଦେବତାଙ୍କ ଠାରୁ କାହିଁକ ଭିନ୍ନ ମହାଦେବ, ଜାଣନ୍ତୁ..

0

ଭୁବନେଶ୍ୱର: ଶିବଙ୍କ ପ୍ରିୟ ଶ୍ରାବଣ ମାସ । ଶ୍ରାବଣ ମାସରେ ଶିବଙ୍କ ଉପାସନାର ବଡ଼ ମହତ୍ତ୍ବ ରହିଛି । ଶ୍ରାବଣ ମାସ ପବିତ୍ର ମାସ ଏହି ଶ୍ରାବଣ ବ୍ରତର ମହିମା ଅବର୍ଣ୍ଣନୀୟ । ମହାଦେବଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ୟ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗ ନେଉଥିବା ଭକ୍ତଙ୍କୁ ‘କାଉଡ଼ିଆ’ କହାଯାଏ । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ ।

Shiva Lord Images – Browse 40,274 Stock Photos, Vectors, and Video | Adobe  Stock

ତେବେ ସବୁ ଦେବ ଦେବୀଙ୍କ ତୁଳନାରେ ଭଗବାନ ଶିବଙ୍କ ସ୍ୱରୂପ ଟିକିଏ ଭିନ୍ନ । ସନାତନ ଧର୍ମରେ ଭଗବାନ ଶିବଙ୍କୁ ସଂହାର ଦେବତା ବୋଲି କୁହାଯାଏ । ଅତ୍ୟନ୍ତ ଭୋଳା ହେବା କାରଣରୁ ତାଙ୍କର ନାମ ଭୋଳାନାଥ । ଅନ୍ୟ ଦେବତା ନିଜର ଆଭୂଷଣ ଓ ବସ୍ତ୍ରରେ ବେଶ୍‌ ଚାକଚକ୍ୟ ଥିଲାବେଳେ ଭୋଳାନାଥ କିନ୍ତୁ ନା ଆଭୂଷଣ ପିନ୍ଧନ୍ତି ନା ବସ୍ତ୍ର । ପୁରା ଶରୀରରେ ବୋଳନ୍ତି ଭଷ୍ମ ଓ ଗଳାରେ ଧାରଣ କରନ୍ତି ସର୍ପ । ଏହାର କାରଣ ବିଷୟରେ ହୁଏତ ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ବେଶ ସମ୍ପର୍କରେ ଏହି ରହସ୍ୟ ।

Maha Shivratri Ai Photo Editing Prompt 2025- Bing Ai Image - zeldazon

ଚନ୍ଦ୍ର- ଭଗବାନ ଶିବଙ୍କୁ ସୋମନାଥ ନାମରେ ମଧ୍ୟ ଉପାସନା କରାଯାଇଥାଏ । ଯାହାର ଅର୍ଥ ଚନ୍ଦ୍ର ଏବଂ ଚନ୍ଦ୍ର ମନର କାରକ ହୋଇଥାନ୍ତି । ମହାଦେବ ଶିବଙ୍କୁ ଜଟାରେ ଧାରଣ କରିବାର ଅର୍ଥ ହେଉଛି ମନ ଉପରେ ନିୟନ୍ତ୍ରଣ ରଖିବା ।

ତ୍ରିଶୁଳ- ରୁଦ୍ରଙ୍କର ହାତରେ ତ୍ରିଶୁଳ ରହିଥାଏ । ଏହା ଏଭଳି ଏକ ଅସ୍ତ୍ର ଯାହାର ଶକ୍ତି ଆଗରେ କେହିବି ଠିଆ ହୋଇପାରନ୍ତି ନାହିଁ । ଏହା ଦୈବିକ ଓ ଭୌତିକ ବିନାଶର ପ୍ରତୀକ ଅଟେ ।

ଜଟା- ଭୋଳାନାଥଙ୍କୁ ଅନ୍ତରୀକ୍ଷର ଦେବତା ମନା ଯାଇଥାଏ । ଯାହାଙ୍କର ଅନ୍ୟନାମ ବ୍ୟୋମକେଶ ମଧ୍ୟ । ଶବିଙ୍କର ଜଟା ବାୟୁମଣ୍ଡଳର ପ୍ରତୀକ ଅଟେ ।

ଡମ୍ବରୁ- ଡମରୁକୁ ଭଗବାନ ଶିବଙ୍କର ପ୍ରିୟ ମନାଯାଇଥାଏ । ଏପରିକି ମହାଦେବଙ୍କୁ ସଙ୍ଗୀତର ଜନକ ମଧ୍ୟ କୁହାଯାଇଥାଏ ।

ଗଙ୍ଗା- ଶିବଙ୍କ ଜଟାରେ ଗଙ୍ଗା ସମାହିତ ହେବା ପଛରେ ମଧ୍ୟ ଏକ କାହାଣୀ ରହିଛି । ଯେତେବେଳେ ଗଙ୍ଗାମାତା ଧରିତ୍ରୀକୁ ଅଣାଯାଉଥିଲା, ସେସମୟରେ ଗଙ୍ଗାଙ୍କର ପ୍ରଖର ସ୍ରୋତକୁ କିପରି ଅଟକାଯିବ ସେନେଇ ସମସ୍ତେ ଆଶଙ୍କାରେ ଥିଲେ । ପରେ ମହାଦେବ ଗଙ୍ଗାକୁ ନିଜ ଜଟାରେ ଧାରଣ କରିଥିଲେ ।

Maha Shivratri 2024 Date & Time | Rituals & Celebration Guide | AI Art  Generator | Easy-Peasy.AI

ଭସ୍ମ- ଭୋଳାନାଥ ଶରୀରରେ ଭସ୍ମ ଲଗାଇଥାନ୍ତି । ମୋହ ଓ ଆକର୍ଷଣରୁ ମୁକ୍ତିର ପ୍ରତୀକ ହୋଇଥାଏ ଭସ୍ମ ।

ସର୍ପ- ସର୍ପକୁ ଭଗବାନ ଶିବ ଗଳାରେ ଧାରଣ କରିଥାନ୍ତି । କୁହାଯାଏ ଏହର ରହସ୍ୟ ସମୁଦ୍ର ମନ୍ଥନ ସହ ଜଡିତ ।

ତୃତୀୟ ନୟନ- ଶିବଙ୍କର ତୃତୀୟ ନୟନ ପ୍ରଳୟ ଆଣିଥାଏ । ଏହାକୁ ଜ୍ଞାନ ଓ ସର୍ବ ଭୁତର ପ୍ରତୀକ କୁହାଯାଇଥାଏ ।

ଋୁଦ୍ରାକ୍ଷ- ମାନ୍ୟତା ରହିଛି ଯେ ରୁଦ୍ରାକ୍ଷର ଉତ୍ପତ୍ତି ଶିବଙ୍କର ଲୁହରୁ ହୋଇଥାଏ । ଏହାକୁ ଧାରଣ କରିବା ଦ୍ୱାରା ସକରାତ୍ମକ ଉର୍ଜା ମିଳିଥାଏ ଓ ରକ୍ତ ପ୍ରବାହ ସନ୍ତୁଳିତ ହୋଇଥାଏ ।

ବାଘ ଛାଲ- ଶିବ ଶଙ୍କର ନିଜ ଦେହରେ ହସ୍ତୀ ଓ ବାଘ ଛାଲ ଧାରଣ କରିଥାନ୍ତି । ହାତୀ ଅଭିମାନର ପ୍ରତୀକ ହୋଇଥିବା ବେଳେ ବାଘ ହିଂସାର ପ୍ରତୀକ ।