ଭୁବନେଶ୍ୱର: ଖାଲି ଯାତ୍ରା ଡାଇଲଗ ଛାଡ଼, ଦୁର୍ନୀତି ଯଦି ହୋଇଛି ବାନ୍ଧ | ସମବାୟ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡିର ଜବାବ | ଯାତ୍ରା ଡାଇଲଗ କେତେ ଦିନ ଶୁଣେଇବ | 3 ରୁ 4 ମାସ ହେଲା ସରକାରକୁ ଆସିଲଣି | କେତେଟା ଦୁର୍ନୀତି କାଢ଼ିଲେଣି | କରିକି ଦେଖନ୍ତୁ ଚାଷୀଙ୍କ ପଇସା କଥା କହିଲେ ସମସ୍ତ ଚାଷୀଙ୍କ ଆକାଉଣ୍ଟ ନଥିଲା | ବାପାର ପଇସା ପୁଅ କୁ ଯାଇଛି | ସ୍ୱାମୀର ପଇସା ସ୍ତ୍ରୀ ପାଖକୁ ଯାଇଛି | ଆଦାନୀ ଅମ୍ବାନୀ ଆକାଉଣ୍ଟକୁ ଯାଇନି | ଆମେ ତ କହୁଛୁ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅ |