(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଶପଥ ନେଇ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି।ମୋଦୀଙ୍କ ବ୍ୟତୀତ ୫୭ଜଣ ମନ୍ତ୍ରୀଙ୍କୁ ବିଭାଗ ବଂଟନ କରାଯାଇଛି । ଏଥିରେ ଅମିତ ଶାହାଙ୍କ ଗୃହ ବିଭାଗ, ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ମିଳିଛି । ଏପରି ଅନେକ ମନ୍ତ୍ରାଳୟ ଅଛି ଯାହା କାହାକୁ ନଦେଇ ମୋଦୀ ନିଜ ପାଖରେ ରଖିଛନ୍ତି । ସେ କର୍ମ ଏବଂ ଅନ୍ତରୀକ୍ଷ ମନ୍ତ୍ରାଳୟ ସମ୍ଭାଳିବେ । ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ,କାର୍ମିକ ମନ୍ତ୍ରାଳୟ ,ଅଭିଯୋଗ ଏବଂ ପେନସନ ମନ୍ତ୍ରାଳୟ ,ଅନ୍ତରୀକ୍ଷ ମନ୍ତ୍ରାଳୟ ,ପଲିସୀ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ।
ଗତ ସରକାରରେ ମଧ୍ୟ ମୋଦୀଙ୍କ ପାଖରେ ଏସବୁ ମନ୍ତ୍ରାଳୟ ରହିଥିଲା । ସେହିପରି କର୍ମ ନିୟୋଜନ ମନ୍ତ୍ରାଳୟ ମୋଦୀ ତାଙ୍କ ପାଖରେ ରହିଛନ୍ତି । ଯାହା କେନ୍ଦ୍ରୀୟ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂ ମାମଲା ସହ ଜଡିତ ଅଛି ।