କେମିତି ପାଇବେ ସୁଭଦ୍ରା ଟଙ୍କା: ମନ୍ତ୍ର ଦେଲେ ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କେମିତି ପାଇବେ ସୁଭଦ୍ରା ଟଙ୍କା, ମନ୍ତ୍ର କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ବ୍ୟାଙ୍କ ଖାତାର ତ୍ରୁଟି ଯୋଗୁ ମହିଳାଙ୍କୁ ମିଳିନି ସୁଭଦ୍ରା ଟଙ୍କା । ତେଣୁ ନିଜ ନିଜ ବ୍ୟାଙ୍କ ଆକାଉଣ୍ଟକୁ ସଂଶୋଧନ କରିବା ପାଇଁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୬ ତାରିଖ ପରେ ବି ବାଦ ପଡ଼ିଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ଟଙ୍କା । ଯେଉଁ ଯୋଗ୍ୟ ମହିଳାମାନେ ବାଦ ପଡିଛନ୍ତି ସେମାନଙ୍କୁ ପୁନଃ ସାମିଲ ପାଇଁ ସହାୟତା କରିବେ ଅଙ୍ଗନବାଡି କର୍ମୀ । ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି । ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ  । ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ । ୨ ହକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ୍‌ ଅଫିସ୍‌କୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।