ଆମ ଶରୀରରେ ବହୁ ସମୟରେ ହରମୋନ ଲେବଲ ବଦଳି ଥାଏ । ପୁରୁଷ ଅପେକ୍ଷା ମହିଳାଙ୍କ ଶରୀରରେ ହରମୋନ ବହୁତ ଶୀଘ୍ର ବଦଳିଥାଏ । ଏଥିପାଇଁ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଏ । ଆମ ଶରୀରରେ ହରମନ ଠିକ ରଖିବା ପାଇଁ ଆମେ ଆମେ ବହୁତ କିଛି ଖାଇଥାଉ । କିନ୍ତୁ ଏପରି କିଛି ପରିବା ଅଛି ଯାହାକୁ ଖାଇବା ଦ୍ୱାରା ଆମ ହରମୋନ ଠିକ ରହିଥାଏ । ଆସନ୍ତୁ ଜାଣିବା ସେ ପରିବା ସଂମ୍ପର୍କରେ
ବ୍ରୋକଲି :
ବଜାରରେ ବହୁତ ପ୍ରକାରର ପରିବା ମିଳିଥାଏ । ହେଲେ ସବୁଜ ପରିବା ଭିତରେ ବ୍ରୋକଲି ସବୁ ଠାରୁ ଅଧିକ ସ୍ୱାସ୍ଥ୍ୟ ଉପଯୋଗି ହୋଇଥାଏ । ବ୍ରୋକଲିରେ ଭିଟାମିନ୍ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଶରୀରରେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ବ୍ରୋକଲି ସାମିଲ କରିବା ଉଚିତ୍ ।
ଟମାଟୋ :
ଟମାଟୋ ମଧ୍ୟ ହରମୋନ ଲେଭଲ ଠିକ୍ ରଖିବା ପାଇଁ ସାହାଯ୍ୟ କରିଥାଏ । ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । ଯାହା ଶରୀରରେ କେତେକ ରୋଗ ଦୂର କରିଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି ଓ କୋଲାଇନ୍ ପରି ପୋଷକ ତତ୍ତ୍ୱ ରହିଥାଏ । ପ୍ରାୟତଃ ଲୋକମାନେ ଏହାକୁ ସାଲାଡରେ ଖାଇବା ପାଇଁ ପସନ୍ଦ କରନ୍ତି । ସେଥିପାଇଁ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।
ଆଭାକାଡ଼ୋ :
ଆଭାକାଡ଼ୋ ମଧ୍ୟ ଶରୀର ପାଇଁ ବହୁତ ଉପଯୋଗି ହୋଇଥାଏ । ଯାହା ଆମକୁ କେତେକ ରୋଗରୁ ବଞ୍ଚାଇଥାଏ । ସେଥିପାଇଁ ଆଭାକାଡ଼ୋ ଖାଇବା ଦ୍ୱାରା ହରମୋନ ଆକ୍ଟିଭ୍ ରହେ ଓ ଏହାକୁ ଠିକ୍ ରହିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଦ୍ୟରେ ମିଶାଇଲେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ ।
ପାଳଙ୍ଗ :
ସବୁଜ ପରିବା ଭିତରେ ପାଳଙ୍ଗ ଏମିତି ଏକ ପରିବା ଯାହା ହରମୋନ ଯୁକ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ ଭରପୁର ମାତ୍ରା ମିଳିଥାଏ । ଯାହା ଦ୍ୱାରା ଶରୀରରେ ରକ୍ତ କମ ହୋଇନଥାଏ ଏବଂ ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ପାଳଙ୍ଗକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।